କନକବ୍ୟୁରୋ: କଳାହାଣ୍ଡି କେସିଙ୍ଗା ବ୍ଲକ୍ ବାହାଦୂରପଦର ଗାଁକୁ ରାଜସ୍ୱ ଗ୍ରାମ ଘୋଷଣା ନ କରିବାରୁ ଗ୍ରାମବାସୀଙ୍କ ଭୋଟ୍ ବର୍ଜନ । ଅନେକ ଦିନରୁ ଗ୍ରାମବାସୀ ଗୁହାରି କରି ଆସୁଥିବାବେଳେ, ତାଙ୍କ ଦାବି ପୂରଣ ନହୋଇଥିବାରୁ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଫଳରେ ଖାଲି ପଡିଛି ମତଦାନ କେନ୍ଦ୍ର । ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝା ସୁଝା ଚାଲିଛି ।

ଭୋଟ ଦେବା ପାଇଁ ଗ୍ରାମବାସୀଙ୍କୁ ବୁଝାଉଛନ୍ତି ସ୍ଥାନୀୟ ପ୍ରଶାସାନ । ସେପଟେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପଦୁଗୁଡା ଗ୍ରାମବାସୀ ମଧ୍ୟ ଭୋଟ ନ ଦେବାକୁ ନିଷ୍ପତି ନେଇଛନ୍ତି । ମୌଳିକ ସୁବିଧାରୁ ବଂଚିତ ହୋଇଥିବାରୁ ଏଭଳି ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଗତ ୭ ମାସ ହେଲାଣି ଗାଁର ସମସ୍ୟା ନେଇ ଅନେକ ଥର ପ୍ରଶାସନ ଓ ନେତାଙ୍କ ପାଖରେ ଗୁହାରି କରାଯାଇଥିଲେ ବି, କେହି ଶୁଣିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଗ୍ରାମବାସୀ ।