ଯୁବପିଢିଙ୍କ ପାଇଁ ନବୀନଙ୍କ ୫ଟି ଗ୍ୟାରେଣ୍ଟିକୁ ନେଇ ଭିକେ ପାଣ୍ଡିଆନଙ୍କ ପ୍ରେସମିଟ ।କହିଲେ,ଯୁବକଙ୍କ ପାଇଁ ବିଶ୍ୱସ୍ତରୀୟ ସୁବିଧା ଦେବାକୁ ଯୋଜନା ।

135

କନକବ୍ୟୁରୋ :ଯୁବପିଢିଙ୍କ ପାଇଁ ନବୀନଙ୍କ ୫ଟି ଗ୍ୟାରେଣ୍ଟି ସମ୍ପର୍କରେ କହିଛନ୍ତି ଭି.କେ ପାଣ୍ଡିଆନ । ଆଗାମୀ ୧୦ ବର୍ଷ ଯୁବକଙ୍କ ପାଇଁ ସୁବର୍ଣ୍ଣ ଯୁଗ । ପ୍ରଥମ ଥର ୧ ଲକ୍ଷ କୋଟି ବଜେଟ ଅଣାଯିବ । ଏହି ଅର୍ଥ ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ । ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ରଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଭଳି ଯୋଜନା କରିଛି ବୋଲି କହିଛନ୍ତି ପାଣ୍ଡିଆନ । ରାଜ୍ୟର ଯୁବକମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଦେବାକୁ ଯୋଜନା ହୋଇଛି । ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ରୋଜଗାର ବୃଦ୍ଧି ଯୋଜନା ମଧ୍ୟ ରହିଛି । ଯୁବପିଢିଙ୍କ ଜରିଆରେ ସରକାର ନୂଆ ଓଡ଼ିଶା ଗଠନ ପାଇଁ ଲକ୍ଷ ରଖିଥିବା କହିଛନ୍ତି ପାଣ୍ଡିଆନ ।