ପଦ୍ମପୁର ଜନସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ । କହିଲେ,ଓଡ଼ିଶାରେ ଭୁଷୁଡ଼ି ଯାଇଛି ଶାସନ ବ୍ୟବସ୍ଥା

80

କନକବ୍ୟୁରୋ : ଏପଟେ ଭୁବନେଶ୍ୱର ରୋଡ୍ ସୋ’ ପରେ ପଦ୍ମପୁରରେ ପହଂଚିିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେଠି ଜନସଭା ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ଜେପି ନଡ୍ଡା । ଓଡ଼ିଶାରେ ଶାସନ ବ୍ୟବସ୍ଥା ଭୁଷୁଡି ପଡ଼ିଛି ବୋଲି ଅଭିଯୋଗ କରିବା ସହ ଏକାଧିକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷା, ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ସମସ୍ୟା, ଓଡ଼ିଶା ଭାଷା- ସଂସ୍କୃତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେପଟେ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, ୨୦୧୪ ପୂର୍ବରୁ କେବଳ ତୁଷ୍ଟିକରଣର ରାଜନୀତି ଚାଲିଥିଲା । ମୋଦୀ ଆସିବା ପରେ ରାଜନୀତି ବଦଳିଛି । ମୋଦୀ ଆସିବା ପରେ ରାଜନୀତିର ପରିଭାଷା ବଦଳିଯାଇଛି । ୨୦୨୪ରେ ଲୋକେ ବିକଶିତ ଭାରତ ଖୋଜୁଛନ୍ତି ବୋଲି କହିଛନ୍ତି ।