କନକ ବ୍ୟୁରୋ: ନାଭାଲ ଅଫିସର ଭାବେ ଚାକିରୀ ମିଳିଲା । ମୋଟା ଅଙ୍କର ଦରମା ବି ପାଇଲେ । କିନ୍ତୁ ମନ ସନ୍ତୁଷ୍ଟ ନ ହେବାରୁ ଚାକିରୀ ଛାଡି ଗାଁରେ ଆରମ୍ଭ କଲେ ଆର୍ୟୁବେଦ ଫ୍ୟାକ୍ଟ୍ରି । ବାପା ଅଜାଙ୍କ ସହ ଜଙ୍ଗଲ ବୁଲି ବୁଲି ଜଡିବୁଟି ସଂଗ୍ରହ କରିବାର ଅଭିଜ୍ଞତା ତାଙ୍କୁ ବନେଇଲା ବୈଦ୍ୟ । ଆମେ କହୁଛୁ କୁଚିଣ୍ଡାର ଅଶୋକ ପଟେଲଙ୍କ କଥା । ଯିଏ ନିଜେ କିଛି କରିବା ସହ ଅନେକ ପରିବାର ପାଇଁ ରୋଜଗାରର ମାଧ୍ୟମ ବି ସୃଷ୍ଟି କରିଛନ୍ତି । ଦେଖିବା ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ନେଭି ଅଫିସରଙ୍କ ଆର୍ୟୁବେଦ ଉପଚାର ।

Advertisment

କୁଚିଣ୍ଡା ଜୁନାନୀ ଗାଁର ଅଶୋକ ପଟେଲ । ପିଲାଟି ଦିନରୁ ଭଲ ପାଠ ପଢୁଥିବା ବେଳେ ବାପା ଅଜାଙ୍କ ସହ ଜଙ୍ଗଲ ଜଙ୍ଗଲ ବୁଲି ଜଡିବୁଟି ସଂଗ୍ରହ କରୁଥିଲେ । କାହିଁକିନା ତାଙ୍କ ପରିବାରରେ ପିଢି ପରେ ପିଢି ଥିଲେ ରାଜବୈଦ୍ୟ । ତାଙ୍କ ପଦାଙ୍କ ଅନୁସରଣ କରୁଥିବା ବେଳେ ଚାକିରୀ ପାଇଥିଲେ ନେଭି ଅଫିସର ଭାବେ । ମୋଟା ଅଙ୍କର ଦରମା ପାଉଥିଲେ ବି ଚାକିରିରେ ମନ ମାନିଲା ନାହିଁ । ସେଥିପାଇଁ ଚାକିରୀ ଛାଡି ଗାଁକୁ ଆସିଲେ । ଆଉ ନିଜସ୍ୱ ଉଦ୍ୟମରେ ଖୋଲିଲେ ବାମଣ୍ଡା ଅରଗାନିକ ହରବଲ ନାଁରେ ଆର୍ୟୁବେଦିକ ଫ୍ୟାକ୍ଟ୍ରି । ଜଙ୍ଗଲରୁ ବିଭିନ୍ନ କିଶମର ଜଡିବୁଟି ସଂଗ୍ରହ କରି ବିଭିନ୍ନ ପ୍ରକାର ଆର୍ୟୁବେଦ ଉପଚାର ମେଡିସିନ ତିଆରି କରି ଲୋକଙ୍କୁ ଦେବା ସହ ଅନେକ ଲୋକଙ୍କୁ ଦେଇଛନ୍ତି ରୋଜଗାର ।

ଅଶୋକ ପଟେଲ କେବଳ ଔଷଧ ତିଆରି କରନ୍ତି ତା ନୁହେଁ ଚୀନ ଓ ସିଙ୍ଗାପୁର ଯାଇ ଆକ୍ୱାପଂଚର ଚିକିତ୍ସା ପଦ୍ଧତି ଶିଖି ଅନେକ ରୋଗୀଙ୍କୁ ଭଲ କରୁଥିବା କହିଛନ୍ତି । ଏବେ ମଧ୍ୟ ତାଙ୍କ ପାଖରେ କେରଳରୁ ଆସି ଜଣେ ରୋଗୀ ଚିକିତ୍ସା ହୋଇ ନିଜକୁ ସୁସ୍ଥ ଅନୁଭବ କରୁଛନ୍ତି ।

ଅଦମ୍ୟ ଇଛାଶକ୍ତି ଓ ଦୃଢ ମନୋବଳ ଯେ ଦିନେ ସଫଳତା ଆଣି ଦେଇଥାଏ  ତାହା ସାବ୍ୟସ୍ତ କରି ଦେଖାଇଛନ୍ତି  ଏହି ଯୁବ ଉଦ୍ୟୋଗୀ ଅଶୋକ ପଟେଲ ଯାହା ଅନ୍ୟଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ।