ଦିନେ ଭାଇଠୁ ୫ହଜାର ଟଙ୍କା ଉଦ୍ଧାର ନେଇ ଆରମ୍ଭ କରିଥିଲେ ବିଜନେସ୍ । ଆଜି ୧୪ହଜାର କୋଟିର ମାଲିକ । କିଛି ନୂଆ କରି ଦେଖାଇବାର ପ୍ରେରଣା ଦେବ ଏହି ବିଜନେସ୍ ମ୍ୟାନଙ୍କ କାହାଣୀ…

2,224

କନକ ବ୍ୟୁରୋ : ବ୍ୟବସାୟ କରି ମଣିଷ ଗରିବରୁ ଧନୀ ଓ ଧନୀରୁ ଗରିବ ହେବା କାହାଣୀ ଆମେ ଶୁଣିଛେ ଏବଂ ଦେଖିଛେ ମଧ୍ୟ । କିଏ ନିଜ ବପାଙ୍କ ଛୋଟ ବ୍ୟବସାୟକୁ ବଢାଇ ନୂଆ ପରିଚୟ ସୃଷ୍ଟି କରିଛି ତ ଆଉ କିଏ ନିଜେ ଏକ ଛୋଟ ବ୍ୟବସାୟ କରି ପରିଶ୍ରମ ବଳରେ ବଡ ହୋଇଥିବା କାହାଣୀ ଶୁଣିଛେ । ଠିକ୍ ସେହିଭଳି ଜଣେ ବ୍ୟକ୍ତିଙ୍କ ସଫଳତାର କାହାଣୀ ଆଜି ସାମ୍ନାକୁ ଆସିଛି । ଦିନେ ଭାଇଙ୍କଠୁ ୫ହଜାର ଟଙ୍କା ଧାର୍ ନେଇ ଆରମ୍ଭ କରିଥିବା ବ୍ୟକ୍ତି ଆଜି କୋଟି କୋଟି ଟଙ୍କାର ମାଲିକ ।

୯୦ଦଶକରୁ ଟିଭିରେ ଉଜାଲାର ଆଡ୍ ତ ଆପଣ ଦେଖିଥିବେ ନିଶ୍ଚୟ । ପୋଷାକକୁ ସଫାସୁତରା ରଖିବା ପାଇଁ ଉଜାଲାର ବ୍ୟବହାର ଲୋକେ କାଇଁ କେଉଁ ବର୍ଷରୁ କରିଆସୁଛନ୍ତି । କିନ୍ତୁ ଉଜ୍ଜାଲା କମ୍ପାନୀ ଏବଂ ତାଙ୍କ ମାଲିକଙ୍କ ବିଷୟରେ ଆପଣ ଜାଣିଛନ୍ତି କି? ଏମ.ପି ରାମଚନ୍ଦ୍ରନଙ୍କ ସଫଳତାର କାହାଣୀ ଶୁଣିଲେ ଆପଣ ବି କିଛି ବଡ କରି ଦେଖାଇବାର ପ୍ରେରଣା ପାଇବେ ।

ଉଜ୍ଜାଲା ବ୍ଲୁ ଉତ୍ପାଦନ କରୁଥିବା ଜ୍ୟୋତି ଲାବ୍ରୋଟୋରୀ ଲିମିଟେଡ୍ ପ୍ରତିଷ୍ଠାତା ଏମ.ପି ରାମଚନ୍ଦ୍ରନ ତାଙ୍କର ପରିଶ୍ରମ ଏବଂ ନିଷ୍ଠା ପାଇଁ ଲକ୍ଷ ଲକ୍ଷ ଯୁବ ଉଦ୍ୟୋଗୀଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ଜ୍ୟୋତି ଲାବ୍ରୋଟୋରୀ ଗୁଡିକର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରଡକ୍ଟ ସାରା ଦେଶରେ ବେଶ୍ ପ୍ରସିଦ୍ଧ ହୋଇଥିଲା । ତାହା ହେଉଛି ଉଜାଲା ଓ ମ୍ୟାକ୍ସୋ ମଶା ପ୍ରତିରୋଧକ ।

ପ୍ରଥମେ ଏମ.ପି ରାମଚନ୍ଦ୍ରନ୍ ପୋଷ୍ଟ ଗ୍ରାଜୁଏଟ୍ ପରେ ଆକାଉଣ୍ଟାଣ୍ଟ୍ ଭାବେ ଚାକିରିରୁ କ୍ୟାରିୟର୍ ଆରମ୍ଭ କରିଥିଲେ । କିନ୍ତୁ ସେ ସବୁବେଳେ କିଛି ବଡ କରିବାର ଆଶା ନେଇ ଆଗକୁ ବଢୁଥିଲେ । ତେଣୁ ଦିନେ ସେ ଚାକିରି ଛାଡି ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଭିନ୍ନ ଏକ ଜିନିଷ ତିଆରି କରିବାକୁ ପ୍ରୟାସ ଆରମ୍ଭ କରିଥିଲେ ।

ପୋଷାକ ପାଇଁ ହ୍ୱାଇଟନର୍ ତିଆରି କରିବା ପାଇଁ ନିଜ ରୋଷେଇ ଘରେ ଏହାକୁ ପ୍ରସ୍ତୁତ କରିବା ପାଇଁ ପରୀକ୍ଷା ଆରମ୍ଭ କରିଥିଲେ । କିନ୍ତୁ ସେ ବିଫଳ ହୋଇଥିଲେ । ଗୋଟିଏ ଦିନ ତାଙ୍କ ନଜର ଏକ ରସାୟନୀକ ପତ୍ରିକା ଉପରେ ପଡିଥିଲା । ଯେଉଁଥିଲେ ଲେଖା ହୋଇଥିଲା କପଡାକୁ ସଫା ରଖିବାରେ ବାଇଗଣୀ ରଙ୍ଗ ସହାୟକ ହୋଇଥିଏ । ଏହା ପରେ ରାମଚନ୍ଦ୍ରନ୍ ୧ବର୍ଷ ଯାଏଁ ବାଇଗଣୀ ରଙ୍ଗର ବ୍ୟବହାର କରିଥିଲେ ।

୧୯୮୩ରେ ରାମଚନ୍ଦ୍ରନ୍ କେରଳର ମୈଥୁରରେ ଥିବା ନିଜ ଜାଗାରେ ଛୋଟ ଛୋଟ ଫ୍ୟାକ୍ଟ୍ରି ସ୍ଥାପର କରିଥିଲେ । ଏଥିପାଇଁ ସେ ତାଙ୍କ ଭାଇଙ୍କଠୁ ୫ହଜଜାର ଟଙ୍କା ଋଣ ନେଇଥିଲେ । ଏବଂ ନିଜ ଝିଅ ଜ୍ୟୋତି ନାଁରେ ଜ୍ୟୋତି ଲାବ୍ରୋଟୋରୀ ଆରମ୍ଭ କରିଥିଲେ । ଆଉ ଏଇଠୁ ତିଆରି ହୋଇଥିଲା ଉଜାଲା ସୁପ୍ରିମ୍ ହ୍ୱାଇଟନର୍ ପ୍ରଡକ୍ଟ । ଆରମ୍ଭରୁ ୬ଜଣ ମହିଳା ଏହି ପ୍ରଡକ୍ଟକୁ ଗାଁ ଗାଁରେ ବୁଲି ବିକ୍ରି କରିଥିଲେ । ଆଉ ପରେ ଏହା ଫେମୋସ୍ ହୋଇଯାଇଥିଲା । ଏବେ ପ୍ରତ୍ୟେଟି ଭାରତୀୟଙ୍କ ଘରେ ଏହି ପ୍ରଡକ୍ଟ ଦେଖିବାକୁ ମିଳିଯିବ ।