ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଅଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କ ଠାରୁ ମଳିଲା ମୋବାଇଲ । ମାମଲା ରୁଜୁ,,,,,

ଜେଲରେ ଅଛନ୍ତି ନା ଲଜ୍ ରେ ଅଛନ୍ତି

267

କନକ ବ୍ୟୁରୋ : ଜେଲର ମାନେ କ’ଣ । ଦୋଷୀ ମାନଙ୍କୁ କାହିଁକି ଜେଲକୁ ପଠାଯାଏ । ନା ସେଠାରେ ସେ ଏକ ନିସଙ୍ଗ ଜୀବନ ବିତାଇବ । ନା ଥିବା ପରିବାର, ନା ଥିବ ପରିବାରର ଶୁଖ । ସୁନ୍ଦର ଦୁନିଆରୁ ବହୁ ଦୂରରେ ରହି ନିଜ ଭୂଲର ପ୍ରାୟଶ୍ଚିତ କରିବା ବା ଅନୁତାପ କରିବାକୁ ଦୋଷୀ ମାନଙ୍କୁ ଜେଲ୍ କୁ ପଠାଯାଇଥାଏ । ହେଲେ ଏବେ ଜେଲରେ ରହୁଥିବା କିଛି ନେତା, ଅଭିନେତା, ବଡ ବେପାରୀ , ଭଣ୍ଡ ବାବାଙ୍କ ପାଇଁ ତ ସୁରକ୍ଷିତ ସ୍ଥାନ ପାଲଟିଛି ଜେଲ । ବାହାରେ ରହି ସେମାନେ ଯାହା କରିପାରିନ୍ତି ନାହିଁ ଜେଲ ଭିତରେ ସେହି ସବୁ କାମକୁ ସୁବିଧାରେ କରିପାରନ୍ତି । ଏହା ସେମାନଙ୍କର ଭୂୁଲ ନୁହେଁ । କିଛି ଲାଂଚୁଆ ଅଧିକାରୀଙ୍କ ପାଇଁ ଏସବୁ ଘଟିଥାଏ । ଯାହାର ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁରତ ସେଣ୍ଟ୍ରାଲ ଜେଲରେ । ୨୦୧୯ ମସିହାରେ ବହୁ ଚର୍ଚ୍ଚିତ ଭଣ୍ଡ ଦୁଷ୍କର୍ମକାରୀ ବାବା ଆଶାରାମ ଓ ତାଙ୍କ ପୁଅ ନାରାୟଣ ସାଇଙ୍କୁ ଜେଲ ହୋଇଥିଲା । ଜଣେ ମହିଳା ଭକ୍ତଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ନାରାୟଣ ସାଇକୁ କୋର୍ଟ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ପରେ ସେ ଜେଲର କାଳ କୋଠରୀରେ ରହିଛନ୍ତି ବୋଲି ଅଭିଯୋଗକାରୀ ନିଜ ମନକୁ ଆସ୍ୱସ୍ଥି ଦେଇଥିବା ବେଳେ ଏବେ ଏବେ ଯେଉଁ ଖବର ଆସିଛି ତାହା ଶୁଣିବା ପରେ ଦୁଷ୍କର୍ମରେ ଶିକାର ହୋଇଥିବା ମହିଳା ଭକ୍ତ ଜଣଙ୍କର ଦେଶର ଆଇନ ବ୍ୟବସ୍ଥା ପ୍ରତି ଯେଉଁ ଭାବନା ଆସୁଥିବ ତାହା ଏକ ଗଣତନ୍ତ୍ର ରାଷ୍ଟ୍ର ପାଇଁ କଳଙ୍କ ।

ନାରାୟଣ ସାଇ ନାମକ ମାତ୍ର ଜେଲରେ ରହିଛନ୍ତି । ହେଲେ ବାହାରେ ଯେଉଁ ଯେଉଁ ସୁବିଧା ସୁଯୋଗ ସେ ପାଉଥିଲେ ପାଖା ପାଖି ସେତିକି ସୁବିଧା ସୁଯୋଗ ତାଙ୍କୁ ଜେଲରେ ଲାଂଚୁଆ କର୍ମଚାରୀ ମାନେ ଦେଉଛନ୍ତି । ଯାହର ପ୍ରମାଣ ମିଳିଛି ଏବେ ଏବେ । ନାରାୟଣ ସାଇଙ୍କ ଠାରୁ ମୋବାଇଲ ଜବତ୍ କରାଯାଇଛି । ଏହା ସହ ସେ ରହୁଥିବା ବ୍ୟାରାକର ଅନ୍ୟ ୪ ଜଣଙ୍କ ଠାରୁ ବି ମୋବାଇଲ ଜବତ ହୋଇଛି । ହେଲେ ,ଠି ପ୍ରଶ୍ନ ଉଠୁଛି ନାରାୟଣ ସାଇ ଭଳି ଜଘନ୍ୟ ଅପରାଧି କୁ ଜେଲରେ ମୋବାଇଲ ଦେଲା କିଏ ? । ମୋବାଇଲ କାହିଁକି ଦରକାର ପଡିଲା । ଜେଲରେ ରହି କ’ଣ ନାରାୟଣ ସାଇ ତା’ର ପୂର୍ବ କଳାଧନ୍ଦା ଚଳାଉଛି କି ? । ମୋବାଇଲ ଜବତ ହେବା ପରେ ଆଇନକୁ ଆଖିଠାର ମାରିବା ଭଳି ଜେଲ କତ୍ତୁ ର୍ପକ୍ଷ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।

କହିରଖୁ କି ଭଣ୍ଡ ବାବା ଆଶାରାମ ବାପୁ ଓ ତାଙ୍କ ପୁଅ ଏକ ଆଶ୍ରମ ଖୋଲି ନିଜକୁ ଭଗବାନଙ୍କ ଅବତାର ବୋଲି କହି ଲକ୍ଷ ଳକ୍ଷ ଲୋକଙ୍କୁ ଭଣ୍ଡୁଥିଲେ । ଏହି ଆଶ୍ରମକୁ ବି ଅନେକ ନେତା ଅଭିନେତାଙ୍କର ଗହଳି ଲାଗୁଥିଲା । ହେଲେ ତାଙ୍କ ନାମରେ ପ୍ରଥମ ଅଭିଯୋଗ ଆସିଲା ୨୦୧୮ ରେ । ଜଣେ ମହିଳା ଭକ୍ତ ଅଭିଯୋଗ କରିଥିଲେ କି ଆଶାରାମର ପୁଅ ନାରାୟଣ ସାଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି । ଏହା ସହ ଆଶ୍ରମରେ ରହୁଥିବା ଅନ୍ୟ ମହିଳା ଓ ଯୁବତୀ ମାନଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଉଛି । ଏନେଇ ପୋଲିସ ଖୁଳତାଡ କରିବା ପରେ ପୋଲିସ ହାତରେ ଲାଗିଥିଲା ବହୁତ ଆପତ୍ତି ଜନକ ତଥ୍ୟ । ଏହା ପରେ ପୋଲିସ ଆଶାରାମ ଓ ତାଙ୍କ ପୁଅ ନାରାୟଣ ସାଇକୁ ଗିରଫ୍ କରିଥିଲା । ଆଶାରାମଙ୍କ ଉପରେ ହୋଇଥିବା ମାମଲାର ଶୁଣାଣି ଚାଲିଥିବା ବେଳେ ନାରାୟଣ ସାଇଙ୍କୁ ସୁରତ ଶେସନ କୋର୍ଟ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛି ।