କନକ ବ୍ୟୁରୋ : ପ୍ରାଥମିକ କୃଷି ସମବାୟ ସମିତିରୁ ରୁଣ ନେଇ ଆରମ୍ଭ କରିଥିଲେ ଚାଷ ଆଉ ସେଇ ଚାଷ ଆଜି ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ ଏବଂ ରୋଜଗାର । ନିଜେ ଭଲ ଦୁଇ ପଇସା ରୋଜଗାର କରିବା ସହିତ ସ୍ଥାନିୟ ଅଂଚଳରେ ଜଣେ ସଫଳ ଏବଂ ପ୍ରତିଷ୍ଠିତ ଚାଷି ଭାପରେ ସୁନାମ ଅର୍ଜନ କରିଛନ୍ତି । ଏହି ଚାଷ କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି ପରିବାରର ସଦସ୍ୟ ଏବଂ ଦୁଇ ପୁଅ ଏବଂ ନିଜ ଫାର୍ମ ହାଉସରେ ନିଯୁକ୍ତି ଦେଇଛନ୍ତି ଗ୍ରାମର କିଛି ଯୁବକଙ୍କୁ ।
ପଦନ ଲେଙ୍କା । ବୟସ ୭୦ ଛୁଇଁଲାଣି । ଯେଉଁ ବୟସରେ ଲୋକେ ଘରେ ଆରମା କରନ୍ତି, ସେହି ବୟସରେ ସେ ଆଜି ଜଣେ ସଫଳ ଚାଷୀ ଭାବେ ସ୍ଥାନୀୟ ଅଂଚଳରେ ପରିଚିତ । କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ଗାଁର ପଦନ, ନିଜ ୩ ଏକର ଜମିରେ ଭଳି କି ଭଳି ଚାଷ କରୁଛନ୍ତି । ପନିପରିବା ସହ ମାଛ ଚାଷ, ଏହା ସହ ସେ କରୁଛନ୍ତି କୁକୁଡା, ବତକ ଚାଷ । କେବଳ ସେତିକିରେ ସେ ରହିଯାଇ ନାହାନ୍ତି ଗାଈ ରଖିବା ସହ କ୍ଷୀର ବେପାରରେ ବି ସେ ଲାଭବାନ ହେଉଛନ୍ତି ।
ପଦନ ପ୍ରଥମେ କେବଳ ଧାଣ ଚାଷ କରୁଥିଲେ ପରେ ଅଧୀକ ରୋଜଗାର ଆଶାରେ ସମନ୍ୱିତ କୃଷି ପ୍ରଣାଳୀରେ ଚାଷ କାର୍ଯ୍ୟ କରିବାପାଇଁ ଆଗ୍ରହ ପ୍ରକାଶ କରିବା ସହିତ କୁହୁଡି ପ୍ରାଥମିକ କୃଷି ସମବାୟ ସମିତିର ଅଧିକାରୀଙ୍କ ସହିତ ରୁଣ ପାଇଁ ଯୋଗାଯୋଗ କରିଥିଲେ । ଏବେ ସେ ୨ ଲକ୍ଷଟଙ୍କା ରୁଣ ଆଣି ଆରମ୍ଭ କରିଥିବା ସମନ୍ୱିତ ଚାଷରେ ବାର୍ଷିକ ଲକ୍ଷାଧୀକ ଟଙ୍କା ରୋଜଗାର କରୁଛନ୍ତି ।
କୃଷି ଏବଂ କୃଷକ ମାନଙ୍କର ସାମଗ୍ରିକ ଉନ୍ନତି ସହିତ ଉତ୍ପନ୍ନ ହେଉଥିବା ଫସଲକୁ ସଠିକ ଭାବରେ ବିକ୍ରିବଟା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରିଛନ୍ତି । ବିଭିନ୍ନ ଘରୋଇ ଏବଂ ଜାତୀୟ କରଣ ବ୍ୟାଙ୍କର କମ ସୁଧରେ ରୁଣ ମଧ୍ୟ ପ୍ରଦାନ କରୁଛନ୍ତି ।
ଆଗ୍ରହୀ ଚାଷି ମାନେ ସମବାୟ ସମିତିରୁ ରୁଣ ଆଣି ସଠିକ ବିନିଯୋଗ କରିବା ସହିତ ସରକାର ଚାଷିମାନଙ୍କ ଉନ୍ନତି ପାଇଁ ପ୍ରଦାନ କରୁଥିବା ସୁବିଧା ସୁଯୋଗ ନେଇ ଆତ୍ମନିର୍ଭରଶିଳ ହୋଇ ପାରୁଛନ୍ତି ନିଜେ ଆତ୍ମନିର୍ଭରଶିଳ ହୋଇପାରୁଛନ୍ତି । ପଦନ ଲେଙ୍କାଙ୍କ ସଫଳତା ଅନ୍ୟ ଆଗ୍ରହୀ ଚାଷୀଙ୍କ ପାଇଁ ପ୍ରେରଣା ସାଜିଛି । ଋଣ କରି ତାହାର ସଠିକ ବିନିଯୋଗ ସଫଳତା ଆଣିପାରେ ତାହାର ପ୍ରମାଣ ହେଉଛନ୍ତି ପଦନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/01/19-13.jpg)