ପୁଣି ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : ସହକାରୀ ଯନ୍ତ୍ରୀଙ୍କ ଘର ସମେତ ୫ଟି ସ୍ଥାନରେ ରେଡ

159

କନକ ବ୍ୟୁରୋ : ପୁଣି ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ଭୁବନେଶ୍ୱର ଗ୍ରାମ୍ୟ ଓ କୋଠାବାଡିି ଡିଭିଜନର ସହକାରୀ ଯନ୍ତ୍ରୀ ଶାରଦା ପ୍ରସାଦ ଗୌଡଙ୍କ ଘର ସମେତ ୫ଟି ସ୍ଥାନରେ ରେଡ ଚାଲିଛି । ଭୁବନେଶ୍ୱର ଗଙ୍ଗନଗର ମସେତ ଗଞ୍ଜାମ ବଡଗଡ, ସୋରଡା ଓ ଅନ୍ୟ ସ୍ଥାନରେ ଏହି ରେଡ ଏବେ ଜାରି ରହିଛି ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଏହି ରେଡ କରିଛି । ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଘରେ ଭିଜିଲାନ୍ସ ବିଭାଗର କର୍ମଚାରୀ ଖାନତଲାସ ଜାରି ରଖିଛନ୍ତି । ସେପଟେ, ଭିଜିଲାନ୍ସ ଜାଲରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଧିକରୀ । ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର , ବିପିଏମ ଶ୍ରୀମନ୍ତ ଅତିବୁଦ୍ଧି ୨୦ ହଜାର ଟଙ୍କା ଲାଂଚ ନେଉ ଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭଡାରେ ଲାଗି ଥିବା ବୋଲେରୋ ଗାଡି ର ୫ ମାସ ର ବକେୟା ବିଲ ଟଙ୍କା ପୈଠ କରିବା ଲାଗି ଗାଡି ମାଲିକଙ୍କ ଠାରୁ ୨୦ ହଜାର ଟଙ୍କା ଲାଂଚ ମାଗି ଥିଲେ । ଆଉ ଲାଂଚ ନେବା ସମୟରେ ରେ ଭିଜିଲାନ୍ସ ଟିମ୍ ତାଙ୍କୁ ଲାଂଚ ଟଙ୍କା ସହିତ ଗିରଫ କରିଛି । ଗିରଫ ବିପିଏମଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।