ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚାଲିଛି ଖେଳ। ପରୀକ୍ଷା ଦିନ ହଲରେ ଅଧ୍ୟାପକ ନଥିବାରୁ ମହର୍ଷି କଲେଜରେ ଛାତ୍ର ଅସନ୍ତୋଷ

Advertisment
ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚାଲିଛି ଖେଳ। ପରୀକ୍ଷା ଦିନ ହଲରେ ଅଧ୍ୟାପକ ନଥିବାରୁ ମହର୍ଷି କଲେଜରେ ଛାତ୍ର ଅସନ୍ତୋଷ

କନକ ବ୍ୟୁରୋ: ଏମିତି ଚାଲିଛି ପରୀକ୍ଷା । ପରୀକ୍ଷା ହେଉଛି ମହର୍ଷି କଲେଜରେ କିନ୍ତୁ ଏକଜାମ ଇନଚାର୍ଜ ଆମେରିକାରେ ଏବଂ ଏକଜାମ ସୁପରିଟେଣ୍ଡଣ୍ଟ ସମର ଭ୍ୟାକେସନ୍ ପାଇଁ ଗୋଆରେ । ପରୀକ୍ଷା ଦିନ ହଲରେ ଅଧ୍ୟାପକ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ଆଜି ସକାଳ ୧୦ଟା ୩୦ରେ ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷା ଥିବା ବେଳେ ଦିନ ୧୨ ଟା ୩୦ରେ ପହଞ୍ଚିଥିଲେ ଅଧ୍ୟାପକ । ତେବେ ଦୁଇଘଣ୍ଟା ଧରି ଛାତ୍ରମାନେ ଅଧ୍ୟାପକଙ୍କୁ ଯେତେ କଲ କରିଥିଲେ ମଧ୍ୟ ବ୍ୟକ୍ତିଗତ କାମ କହି ପରୀକ୍ଷା ହଲକୁ ଆସିନଥିଲେ ଅଧ୍ୟାପକ । ଯାହାକୁ ନେଇ ପରୀକ୍ଷା ହଲରେ ଉତ୍ତେଜନା ଦେଖାଦେଇଥିଲା ।

ଅନ୍ୟପଟେ ପଲିଟିକାଲ ସାଇନ୍ସର ସିଲାବସ୍ ଶେଷ କରୁନଥିବା ଛାତ୍ର ମାନେ ଅଭିଯୋଗ ଆଣିଛନ୍ତି । ବାରମ୍ବାର ଏନେଇ ପ୍ରିନ୍ସପାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ଫଳପ୍ରଦ ହୋଇନାହିଁ । ସବୁଠାରୁ ବଡ଼ କଥା ହେଉଛି ଏକଜାମ ଇନଚାର୍ଜ ଆମେରିକାରେ ଏବଂ ଏକଜାମ ସୁପରିଟେନଣ୍ଡେଣ୍ଟ ସମର ଭ୍ୟାକେସନରେ ଗୋଆରେ ଅଛନ୍ତି । ଆଉ ୟୁଟ୍ୟୁବରୁ ପାଠପଢ଼ିଦେବା ପାଇଁ ସାରମାନେ କହୁଥିବା ଛାତ୍ରଛାତ୍ରୀ କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ପ୍ରିନ୍ସପାଲ କିଛି ପ୍ରତିକ୍ରିୟା ରଖିବାକୁ ମନାକରିଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe