କନକ ବ୍ୟୁରୋ: ଏମିତି ଚାଲିଛି ପରୀକ୍ଷା । ପରୀକ୍ଷା ହେଉଛି ମହର୍ଷି କଲେଜରେ କିନ୍ତୁ ଏକଜାମ ଇନଚାର୍ଜ ଆମେରିକାରେ ଏବଂ ଏକଜାମ ସୁପରିଟେଣ୍ଡଣ୍ଟ ସମର ଭ୍ୟାକେସନ୍ ପାଇଁ ଗୋଆରେ । ପରୀକ୍ଷା ଦିନ ହଲରେ ଅଧ୍ୟାପକ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ଆଜି ସକାଳ ୧୦ଟା ୩୦ରେ ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷା ଥିବା ବେଳେ ଦିନ ୧୨ ଟା ୩୦ରେ ପହଞ୍ଚିଥିଲେ ଅଧ୍ୟାପକ । ତେବେ ଦୁଇଘଣ୍ଟା ଧରି ଛାତ୍ରମାନେ ଅଧ୍ୟାପକଙ୍କୁ ଯେତେ କଲ କରିଥିଲେ ମଧ୍ୟ ବ୍ୟକ୍ତିଗତ କାମ କହି ପରୀକ୍ଷା ହଲକୁ ଆସିନଥିଲେ ଅଧ୍ୟାପକ । ଯାହାକୁ ନେଇ ପରୀକ୍ଷା ହଲରେ ଉତ୍ତେଜନା ଦେଖାଦେଇଥିଲା ।
ଅନ୍ୟପଟେ ପଲିଟିକାଲ ସାଇନ୍ସର ସିଲାବସ୍ ଶେଷ କରୁନଥିବା ଛାତ୍ର ମାନେ ଅଭିଯୋଗ ଆଣିଛନ୍ତି । ବାରମ୍ବାର ଏନେଇ ପ୍ରିନ୍ସପାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ଫଳପ୍ରଦ ହୋଇନାହିଁ । ସବୁଠାରୁ ବଡ଼ କଥା ହେଉଛି ଏକଜାମ ଇନଚାର୍ଜ ଆମେରିକାରେ ଏବଂ ଏକଜାମ ସୁପରିଟେନଣ୍ଡେଣ୍ଟ ସମର ଭ୍ୟାକେସନରେ ଗୋଆରେ ଅଛନ୍ତି । ଆଉ ୟୁଟ୍ୟୁବରୁ ପାଠପଢ଼ିଦେବା ପାଇଁ ସାରମାନେ କହୁଥିବା ଛାତ୍ରଛାତ୍ରୀ କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ପ୍ରିନ୍ସପାଲ କିଛି ପ୍ରତିକ୍ରିୟା ରଖିବାକୁ ମନାକରିଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/vlcsnap-2023-05-20-17h21m33s443.jpg)