ଚାକିରି ପାଇଁ ପ୍ରାଣ ଗଲା : ଢେଙ୍କାନାଳରେ ସରକାରୀ କ୍ୱାର୍ଟସରୁ ଠିକା କର୍ମଚାରୀଙ୍କ ମୃତଦେହ ଉଦ୍ଧାର

Advertisment
ଚାକିରି ପାଇଁ ପ୍ରାଣ ଗଲା : ଢେଙ୍କାନାଳରେ ସରକାରୀ କ୍ୱାର୍ଟସରୁ ଠିକା କର୍ମଚାରୀଙ୍କ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ଢେଙ୍କାନାଳରେ ସରକାରୀ କ୍ୱାର୍ଟସରୁ ଠିକା କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ମୃତକ ହେଉଛନ୍ତି ସୂର୍ଯ୍ୟକାନ୍ତ ସ୍ୱାଇଁ । ସୂର୍ଯ୍ୟକାନ୍ତ ଜିଲ୍ଲା ଯୋଜନା ଓ ସମନ୍ୱ୍ରୟ କାର୍ଯ୍ୟାଳୟରେ ଅସ୍ଥାୟୀ ପିଅନ ଭାବେ କାମ କରୁଥିଲେ । ପରେ ତାଙ୍କୁ କୌଣସି କାରଣରୁ କାଢି ଦିଆଯାଇଥିଲା ।

ବାପାଙ୍କ ମୃତ୍ୟୁ ପରେ ପିଅନ ଭାବେ ଠିକା ନିଯୁକ୍ତି ପାଇଥିଲେ । ଗତ ମାର୍ଚ୍ଚରେ ତାଙ୍କୁ ଚାକିରିରୁ ଛଟେଇ କରାଯାଇଥିଲା । ଚାକିରି ଚାଲିଯିବାରୁ ସୂର୍ଯ୍ୟକାନ୍ତ ମାନସିକ ଚିନ୍ତାରେ ରହୁଥିଲେ । ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe