କନକ ବ୍ୟୁରୋ : ଢେଙ୍କାନାଳରେ ସରକାରୀ କ୍ୱାର୍ଟସରୁ ଠିକା କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ମୃତକ ହେଉଛନ୍ତି ସୂର୍ଯ୍ୟକାନ୍ତ ସ୍ୱାଇଁ । ସୂର୍ଯ୍ୟକାନ୍ତ ଜିଲ୍ଲା ଯୋଜନା ଓ ସମନ୍ୱ୍ରୟ କାର୍ଯ୍ୟାଳୟରେ ଅସ୍ଥାୟୀ ପିଅନ ଭାବେ କାମ କରୁଥିଲେ । ପରେ ତାଙ୍କୁ କୌଣସି କାରଣରୁ କାଢି ଦିଆଯାଇଥିଲା ।
ବାପାଙ୍କ ମୃତ୍ୟୁ ପରେ ପିଅନ ଭାବେ ଠିକା ନିଯୁକ୍ତି ପାଇଥିଲେ । ଗତ ମାର୍ଚ୍ଚରେ ତାଙ୍କୁ ଚାକିରିରୁ ଛଟେଇ କରାଯାଇଥିଲା । ଚାକିରି ଚାଲିଯିବାରୁ ସୂର୍ଯ୍ୟକାନ୍ତ ମାନସିକ ଚିନ୍ତାରେ ରହୁଥିଲେ । ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/38-1.jpg)