କନକ ବ୍ୟୁରୋ: ପାର୍ଟନରସିପ ବ୍ୟବସାୟର କରୁଣ କାହାଣୀ । ଠକାମୀ ଓ ଋଣ ଭାର ପରିଶୋଧ କରିନପାରି ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି । ଆଉ ଏଥିରେ ଜୀବନ ହାରିଛନ୍ତି ସ୍ୱାମୀ । ଅଳ୍ପକେ ବର୍ତିଲେ ପତ୍ନୀ । ଆଉ ବଡ଼ କଥା ହେଉଛି ମୃତ୍ୟୁ ପୂର୍ବରୁ ଠକାମୀର ପୂରା କାହାଣୀ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଦମ୍ପତି । ଆଉ ଭିଡିଓରେ ବିଜେନେସ ପାର୍ଟନରକୁ ଦାୟୀ କରିଛନ୍ତି ମହିଳ । ସେମିଳିଗୁଡ଼ା ବ୍ଲକର ପିତାଗୁଡ଼ା ନିକଟ କୋଲାବ ଡ୍ୟାମକୁ ଡ଼େଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥଲେ ଉଭୟ ସ୍ୱାମୀ ରାଜେନ୍ଦ୍ର ପଟ୍ଟନାୟକ ଓ ସ୍ତ୍ରୀ ଶିବାନୀ ମହାନ୍ତି । ସେମିଳିଗୁଡ଼ା ଅଗ୍ନିଶମ ବିଭାଗ ରାଜେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ଭର୍ତି କରିଛି ।

Advertisment

ସୂଚନା ଅନୁସାରେ, ୬ ମାସ ତଳେ ଏମାନଙ୍କ ବାହାଘର ହୋଇଥିଲା । ରାଜେନ୍ଦ୍ର ଓ ଶିବାନୀ ଜୟପୁର ସହରର ଜଣେ ଯୁବକ ଏନ କାର୍ତ୍ତିକ ନାମକ ଜଣେ ଯୁବକ ସହ ମିଶି ଜୟପୁର ସହରର ଲିଙ୍କ ରୋଡରେ ଏସକେ ଅଟୋମୋବାଇଲ ନାଁରେ ଏକ ସୋରୁମ କରିଥିଲେ । ସେକେଣ୍ଡ ହ୍ୟାଣ୍ଡକାର କିଣିବା ଓ ବିକିବା । ହେଲେ ଏହି ଗାଡ଼ି କିଣା ବିକାରେ ଅନେକ ଲୋକଙ୍କୁ ଠକିବା ଅଭିଯୋଗ ଆସିବା ପରେ, ପୋଲିସ କିଛି ଦିନ ତଳେ ରାଜେନ୍ଦ୍ରକୁ ଅଟକ ରଖିଥିଲା । ଗୋଟିଏ ବର୍ଷରେ ଏମାନେ ୬୦ ରୁ ୮୦ ଲକ୍ଷ ଟଙ୍କା ଲୋକଙ୍କୁ ଠକିଥିବା ନିଜେ ସ୍ୱୀକାର କରିଛନ୍ତି । ଏଥିରେ ଉଭୟ ଦମ୍ପତି ନିଜ ପାର୍ଟନର ଏନ କାର୍ତ୍ତର୍ିକକୁ ଦାୟୀ କରିଛନ୍ତି । ଏହାର ପାଲଟା ଜବାବ ରଖିଛନ୍ତି ପାର୍ଟନର ଥିବା ଏନ କାର୍ତିକ । ନିଜେ ନିଦ୍ଦୋଶ ରଜେନ୍ଦ୍ର ଓ ତାଙ୍କ ପତ୍ନୀ ଏଥି ପାଇଁ ଦାୟୀ । ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।