କନକ ବ୍ୟୁରୋ: ନିଜସ୍ୱ ଉଦ୍ୟମରେ ପାହାଡ଼ ଉପରୁ ଗାଁକୁ ପାଣି ଆଣିଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅନନ୍ତ କୁଲେସିକା । ନିଜସ୍ୱ ଖର୍ଚ୍ଚ ଓ ପରିଶ୍ରମରେ ଦୁଇ କିଲୋମିଟର ଦୂରରେ ଥିବା ପାହାଡ଼ ଉପର ଝରଣାରୁ ପାଣି ସଂଗ୍ରହ କରି ଗାଁରେ ପହଞ୍ଚାଇବା ସହ ନିଜର ଓ ଲୋକଙ୍କର ଆବଶ୍ୟକତା ପୂରଣ କରିପାରିଛନ୍ତି । ରାୟଗଡ଼ା ଗୁମ୍ମା ପଞ୍ଚାୟତ ହାଡ଼ିଆ ଗାଁରେ ରହୁଥିବା ଅନନ୍ତ କୁଲେସିକା ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ତାଙ୍କର ପ୍ରାୟ ୧୦ ଏକର ଜମି ନିକଟସ୍ଥ କୁସୁମଗୁଡ଼ା ଗାଁ ନିକଟରେ ରହିଛି । ଜଳସେଚନର ସୁବିଧା ନଥିବାରୁ ଚାଷ ପାଇଁ ଚିନ୍ତାରେ ପଡ଼ିଥିଲେ ଅନନ୍ତ । ପାଣି ପାଇଁ ବାରମ୍ବାର ସରକାରଙ୍କ ନିକଟରେ ଦାବି କରିଥିଲ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ତେଣୁ କେବଳ ବର୍ଷା ପାଣିରେ ସେ ଏହି ଜମିରେ ଚାଷକାମ କରନ୍ତି । ପାଣି ଯୋଗୁଁ କେତେବେଳେ ଚାଷ ହୁଏ ତ ପୁଣି କେତେବେଳେ ପାଣି ଅଭାବରୁ ଚାଷବାସ ନଷ୍ଟ ହୋଇଥାଏ ।
ଶେଷରେ ସେ ହାରିନଯାଇ ନିଜର ସଞ୍ଚିତ ଅର୍ଥରେ ପାଇପ କିଣି ପାହାଡ଼ରୁ ପାଣି ସଂଗ୍ରହ କରି ଗାଁରେ ପହଞ୍ଚାଇଛନ୍ତି । ନିଜ କ୍ଷେତରେ ବିଭିନ୍ନ ପନିପରିବା ଚାଷ କରିଛନ୍ତି । ଏଥିପାଇଁ ତାଙ୍କୁ ୩ଦିନ ସମୟ ଲାଗିଥିଲା । ଗାଁରେ ପାଣି ପହଞ୍ଚିଥିବା ବେଳେ ଲୋକେ ଖୁସି ପ୍ରକାଶ କରିବା ସହ ଅନନ୍ତଙ୍କୁ ପ୍ରଶଂସା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/13-19.jpg)