ଉଭୟ ମୋଦୀ ଓ ନବୀନ ସରକାରଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ୨୪ ବର୍ଷର ଶାସନରେ କ’ଣ ବିକାଶ ହୋଇଛି ବୋଲି କଲେ ପ୍ରଶ୍ନ

101

କନକବ୍ୟୁରୋ : ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ବିଜେଡି ସରକାର ଓ କେନ୍ଦ୍ରରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଓଡ଼ିଶା କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ଏତେ ଦିନ କାମ କରିକି ଓଡ଼ିଶା ପାଇଛି କଣ ବୋଲି ପ୍ରଶ୍ନ କରିଛନ୍ତି ଖଡ଼ଗେ । ୨୪ବର୍ଷ ଧରି ଏଠାରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି ।

ବିଜେଡି ଓ ବିଜେପିକୁ ଟାର୍ଗେଟ କର କହିଛନ୍ତି, ଏମାନେ ଏକାଠି କାମ କରୁଥିଲେ ବି ଉଭୟଙ୍କ ଭିତରେ ସବୁକିଛି ଠିକ୍ ନାହିଁ । । ଓଡ଼ିଶାରେ ଭୀଷଣ ବେକାରୀ ସମସ୍ୟା ରହିଛି । ଯାହା ଫଳରେ ରାଜ୍ୟବାସୀ ପରିଣାମ ଭୋଗୁଛନ୍ତି । ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ଓଡ଼ିଶା । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହଟାଇବାକୁ ପଡ଼ିବ ବୋଲି କହିଛନ୍ତି ଖଡ଼ଗେ ।

ରାଜ୍ୟରେ ଏକ ଭ୍ରଷ୍ଟ ସରକାର ଚାଲିଛି । ୨୪ବର୍ଷର ସରକାର ଲୋକଙ୍କ କଥା ଚିନ୍ତା କରିପାରୁନି । ସେହିପରି ବିଜେପିକୁ ଟାର୍ଗେଟ କରି ମୋଦୀ ଗ୍ୟାରେଂଟି କେବଳ ନାମକୁ ମାତ୍ର ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ତେଲ, ଗ୍ୟାସ ଓ ଔଷଧ ଦର ବୃଦ୍ଧି ପାଇବା ସହ ଧାନର ଏମଏସପି ଚାଷୀଙ୍କୁ ମିଳୁନି ବୋଲି ଅଭିଯୋଗ କରିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ ।