କନକ ବ୍ୟୁରୋ : ଏଚଡିଏଫସି ବ୍ୟାଙ୍କ ଶାଖାକୁ ଅନ୍ୟତ୍ର ମିଶ୍ରଣକୁ ବିରୋଧ କରି ଜଗତସିଂହପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଜଗତସିଂହପୁର ଜାହନପୁର ଗ୍ରାମପଂଚାୟତବାସୀ । ଚିଠିରେ ସେମାନେ ଲେଖିଛନ୍ତି, ଲୋକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ଜାହାନପୁର ଗ୍ରାମ ପଂଚାୟତରେ ଏଚଡିଏଫସି ବ୍ୟାଙ୍କର ଶାଖା ପଂଚାୟତ ଅଫିସ ମଧ୍ୟରେ କାମ କରୁଛି ।
ଏଠାରେ ଅନେକ ଗରିବ ଲୋକ ଜନଧନ ଆକାଂଉଟ ଖୋଲିଛନ୍ତି । ଏଥି ସହ ସେଠାରେ ମହିଳା ଏସଏଚଜି ଆକାଂଉଟ ଅଛି । କେବଳ ଜାହନପୁର ନୁହେଁ ଆଖାପଖ ୪ଟି ଗ୍ରାମ ପଂଚାୟତର ଲୋକେ ବ୍ୟାଙ୍କିଙ୍ଗ ସୁବିଧା ପାଇଁ ନିର୍ଭର କରିଥାନ୍ତି । କିନ୍ତୁ ଏବେ ଏହି ବ୍ୟାଙ୍କ ଶାଖାକୁ ଜଗତସିଂହପୁର ଏଚଡିଏଫସି ମୁଖ୍ୟ ଅଫିସରେ ମିଶାଇ ଦେବାକୁ ଚକ୍ରାନ୍ତ ହେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଜାହାନପୁର ଶାଖା ଅଫିସର ଜଗତସିଂହପୁର ୧୮ କିଲୋମିଟର ଦୂର ହୋଇଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଶାଖାକୁ ସ୍ଥାନାନ୍ତର ନ କରିବାକୁ ଲୋକେ ପତ୍ରରେ ଅନୁରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/vlcsnap-2021-07-21-14h02m28s450.png)