ଏଚଡିଏଫସି ବ୍ୟାଙ୍କ୍ ଲଞ୍ଚ୍ କଲା ନୂଆ କାର୍ଡ ! ପ୍ରତିବର୍ଷ ମାଗଣାରେ ମିଳିବ ୫୦ ଲିଟର ପେଟ୍ରୋଲ୍ / ଡିଜେଲ୍ , ଦାମ୍ ରହିଛି ୫୦୦ ଟଙ୍କା

6,957

ମାଗଣାରେ ମିଳୁଥିବା ଜିନିଷ କାହାକୁ ବା ଭଲ ଲାଗିନଥାଏ । ଆଉ ମହଙ୍ଗା ସମୟରେ ଯଦି କିଛି ମାଗଣା ମିଳିଗଲା ତେବେ ଆଉ କ’ଣ କହିବା । ଯଦି ଆପଣଙ୍କ ଗାଡି ପାଇଁ ମାଗଣାରେ ପେଟ୍ରୋଲ୍ / ଡିଜେଲ୍ ମିଳିଯାଏ ତେବେ ଆପଣଙ୍କୁ କେମିତି ଲାଗିବ । ସ୍ୱାଭାବିକ ଆପଣ ବୁଲିବା ପାଇଁ ପ୍ଲାନିଙ୍ଗ୍ କରିବା ଆରମ୍ଭ କରିଦେବେ । ତେବେ ବୁଲିବାକୁ କେଉଁଆଡେ ଯିବେ ଏବେ ହିଁ ପ୍ଲାନ୍ କରିଦିଅନ୍ତୁ କାରଣ ଏଚଡିଏଫସି ବ୍ୟାଙ୍କ୍ ଇଣ୍ଡିୟାନ୍ ଅଏଲ୍ ସହ ମିଶି ଏକ ନୂଆ କ୍ରେଡିଟ୍ କାର୍ଡ ଲଞ୍ଚ୍ କରିଛି । ଏହି କାର୍ଡରେ ଅନେକ ସୁବିଧା ରହିଛି । ଏଚଡିଏଫସି ବ୍ୟାଙ୍କ୍ ଏବଂ ଇଣ୍ଡିୟାନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ନନ୍ ମେଟ୍ରୋ ସହରର ୟୁଜର୍ସଙ୍କ ପାଇଁ ଏହି କାର୍ଡ ଲଞ୍ଚ୍ କରିଛନ୍ତି । ଏହି କାର୍ଡର ନାଁ ‘ଇଣ୍ଡିୟାନ୍ ଅଏଲ୍ ଏଚଡିଏଫସି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ’ ରହିଛି । ଏହି କାର୍ଡ ଜରିଆରେ ଗ୍ରାହକ ପେଟ୍ରୋଲ୍ / ଡିଜେଲ୍ କିଣିଲେ ଲାଭବାନ ହେବେ ।

କାର୍ଡର ଦାମ୍ ୫୦୦ ଟଙ୍କା ରଖାଯାଇଛି :

ଏହି କାର୍ଡ ଉଭୟ ଟଙ୍କା ଏବଂ ଭିସା ନାଁରେ ଉପଲବ୍ଧ ରହିଛି । ଏହି କାର୍ଡର ବାର୍ଷିକ ଫିସ୍ ୫୦୦ ଟଙ୍କା ।

କାର୍ଡର ଫିଚର :

ଇଣ୍ଡିୟାନ୍ ଅଏଲ୍ ଏଚଡିଏଫସି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ ଜରିଆରେ ୨୭ ହଜାରରୁ ଅଧିକ ଓଙଉଖ ଆଉଟଲେଟ୍ ରେ ଫୁଏଲ୍ ପଏଣ୍ଟ୍ ନାମକ ରିୱାର୍ଡ ପଏଣ୍ଟ୍ ହାସଲ କରିଛି । ଏହାଛଡା ଅନ୍ୟ ଖର୍ଚ୍ଚ ଗ୍ରସେରୀ , ବିଲ୍ ପେମେଣ୍ଟ୍ ,ୟୁୁଟିଲିଟି,ସପିଙ୍ଗ୍ ଆଦି ଉପରେ ବି ଫୁଏଲ୍ ପଏଣ୍ଟ୍ ହାସଲ କରିପାରିବେ । ଏହି ପଏଣ୍ଟ୍ କୁ ଆଧାର କରି ବାର୍ଷିକ ୫୦ ଲିଟର ପର୍ଯ୍ୟନ୍ତ ଫୁଏଲ୍ ମାଗଣାରେ ଗ୍ରାହକ ନେଇପାରିବେ ।

କିଭଳି କରିବେ କାର୍ଡ ପାଇଁ ଆପ୍ଲାଏ :

ଇଣ୍ଡିୟାନ୍ ଅଏଲ୍ ଏଚଡିଏଫସି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ ପାଇଁ ଙ୍ଗଙ୍ଗଙ୍ଗ.ଷୟଲମଭବଦ୍ଭଳ.ମକ୍ଟଜ୍ଞ କୁ ଯାଇ ବ୍ୟାଙ୍କର ନିକଟସ୍ଥ ଶାଖାରେ ଆପ୍ଲାଏ କରିବାକୁ ପଡିବ ।

ଛୋଟ ସହରକୁ କ୍ରେଡିଟ୍ କାର୍ଡ ପହଁଚାଯିବାକୁ କରାଯାଉଛି ଉଦ୍ୟମ :

ଏଚଡିଏଫସି ବ୍ୟାଙ୍କ୍ ମୁଖ୍ୟ ପରାଗ ରାଓଙ୍କ କହିବାନୁସାରେ , ଡିଜିଟାଲ୍ ପେମେଣ୍ଟ୍ ମୋଡ କିଭଳି ଛୋଟ ସହର ଏବଂ ଗାଁକୁ ଯାଇପାରିବ ଏନେଇ ପ୍ରୟାସ କରାଯାଉଛି । ଏଚଡିଏଫସି ବ୍ୟାଙ୍କ୍ ର ୭୫ % ଶାଖା ନନ୍-ମେଟ୍ରୋ ସହରରେ ରହିଛି । ତେଣୁ ଆମେ ଲୋକଙ୍କ ନିକଟକୁ ଯିବାପାଇଁ ଏଭଳି ପଦକ୍ଷେପ ଗ୍ରହଣ କରୁଛୁ । କ୍ୟାଶଲେସ୍ ଟ୍ରାଞ୍ଜାକ୍ସନ୍ କୁ ଆଗକୁ ନେବା ପାଇଁ ପ୍ରସ୍ତୁତ ହୋଇଛି ଏହି କାର୍ଡ ।