ବାତ୍ୟା ଫୋନି ପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ । ଏଚଡିଏଫସି ବ୍ୟାଙ୍କ ୧୦ କୋଟି, କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ଦେଲା ୩ ଲକ୍ଷ ଟଙ୍କା ।

132

କନକ ବ୍ୟୁରୋ : ଫୋନି ବାତ୍ୟା ପୀଡିତଙ୍କ ସହାୟତା ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ରିଲିଫ୍ ପାଣ୍ଠିକୁ ଦାନ ଦିଆଯାଇଛି । ଆଜି ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କା ଦିଆଯାଇଛି । ବ୍ୟାଙ୍କର ବ୍ରାଞ୍ଚର ବ୍ୟାଙ୍କିଙ୍ଗ ହେଡ୍ ସନ୍ଦିପ ଏସ୍ କୁମାର, ଆଞ୍ଚଳିକ ମୁଖ୍ୟ ରାକେଶ ଶ୍ରୀବାସ୍ତବ ଓ ଡେପୁଟି ଭାଇସ୍ ପ୍ରେସିଡେଣ୍ଟ ଅନିମେଶ ବିଶ୍ୱାଳ ପ୍ରମୁଖ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧୦ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।

ସେହିପରି କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମଧ୍ୟ ମ୍ରୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଫାଉଣ୍ଡେସନର ଟ୍ରଷ୍ଟି ଭବାନୀ ଚରଣ ପଟ୍ଟନାୟକ ଓ ବିମଳ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୩ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏମାନଙ୍କ ସହ କୋରେଇ ବିଧାୟକ ଆକାଶ ଦାସ ନାୟକ ୧ ଲକ୍ଷ, ହିଞ୍ଜିଳି ପଞ୍ଚାୟତ ସମିତି ୨ ଲକ୍ଷ ୧ ହଜାର ଟଙ୍କା, ଭୁବନେଶ୍ୱରର ରଞ୍ଜିତ ଦାସ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ।