କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲା । ପ୍ରଜ୍ୱଳ ରେବନ୍ନାଙ୍କ ପିତା ଏଚଡି ରେବନ୍ନାଙ୍କୁ ଜାମିନ

85

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲାରେ ସୋମବାର ଦିନ ଏକ ସ୍ପେଶାଲ କୋର୍ଟ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ରେବନ୍ନାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଏଚଡି ରେବନ୍ନା ଓ ତାଙ୍କ ସାଂସଦ ପୁଅ ପ୍ରଜ୍ୱଳ ରେବନ୍ନାଙ୍କ ନାମରେ ମହିଳାଙ୍କୁ ଯୌନ ଉତ୍ପୀଡନ କରିବା ନେଇ ଅନେକ ମାମଲା ଦାଖଲ ହୋଇଛି । ଏହି ମାମଲାର ଯାଂଚ ଚାଲିଛି, ଏବେ ପ୍ରଜ୍ୱଳ ରେବନ୍ନା ଦେଶ ବାହାରକୁ ଫେରାର ହୋଇଯାଇଛନ୍ତି । ପୋଲିସର ନୋଟିସ ପରେ ମଧ୍ୟ ପ୍ରଜ୍ୱଳ ଏପର୍ଯ୍ୟନ୍ତ ଦେଶକୁ ଫେରି ନାହାଁନ୍ତି    ।

ଏହା ପୂର୍ବରୁ ଏକ ଅପହରଣ ମାମଲାରେ ଜେଡିଏସ ନେତା ତଥା ବିଧାୟକ ଏଚଡି ରେବନ୍ନାଙ୍କୁ ସ୍ପେଶାଲ କୋର୍ଟ ଜାମିନ ପ୍ରଦାନ କରିଥିଲେ । ହେଲେ ଯୌନ ଉତ୍ପୀଡନ ମାମଲା ଥିବାରୁ ସେ ଜେଲରୁ ବାହାରିପାରି ନଥିଲେ । ତାଙ୍କୁ ୫ ଲକ୍ଷ ଟଙ୍କା ବଣ୍ଡ ଆଧାରରେ ଜାମିନ ପ୍ରଦାନ କରାଯାଇଛି ।

ଏଚଡି ରେବନ୍ନାଙ୍କୁ ମେ’୪ ତାରିଖରେ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ଜଣେ ମହିଳାଙ୍କ ପୁଅ ଅଭିଯୋଗ ଆଣିଥିଲେ । ଅଭିଯୋଗ ମୁତାବକ ମହିଳା ଜଣଙ୍କ ରେବନ୍ନାଙ୍କ ଘରେ କାମ କରୁଥିଲେ । ହେଲେ ହଠାତ୍ ସେ ନିଖୋଜ ହୋଇଯାଇଥିଲେ । ମହିଳା ଜଣଙ୍କ ନିଖୋଜ ହେବା ପୂର୍ବରୁ ତାଙ୍କ ମୋବାଇଲକୁ ଏକ ଯୌନ ଶୋଷଣର ଭିଡିଓ ଏଚଡି ରେବନ୍ନା ପଠାଇଥିବା ମହିଳାଙ୍କ ପୁଅ ଅଭିଯୋଗ କରିଥିଲେ ।