ବିଦ୍ୟୁତ ଚୋରି ଅଭିଯୋଗ ପରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ଗଣିଲେ ୬୮ହଜାର ୫୨୬ ଟଙ୍କା ତଣ୍ଡ

156

କନକ ବ୍ୟୁରୋ : ଦିପାବଳୀ ପାଇଁ ବିଜୁଳି ଚୋରି କରି ତଣ୍ଡ ଗଣିଲେ ଏଚ.ଡି କୁମାର ସ୍ୱାମୀ । କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବିଜୁଳି ଚୋରୀ ଅଭିଯୋଗ ଆସିଛି । ଏହା ପରେ ତାଙ୍କୁ ଜରିମାନା ଦେବାକୁ ପଡିଛି । ଏହି ଅପରାଧ ପାଇଁ ସେ ୬୮ ହଜାର ୫ଶହ ୨୬ ଟଙ୍କାର ଜରିମାନା ଭରିଛନ୍ତି । ଦୀପାବଳୀରେ ଘର ସାଜ୍ଜସଜ୍ଜା ପାଇଁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ ସିଧସଳଖ ଷ୍ଟ୍ରିଟ୍ ଲ୍ୟାମ୍ପ ପୋଷ୍ଟରୁ ବେଆଇନ୍ ଭାବେ ବିଦ୍ୟୁତ୍ ଚୋରି କରିଥିବା ନେଇ ଅଭିଯୋଗ ଆଣିଥିଲା କଂଗ୍ରେସ । ତେବେ କଂଗ୍ରେସର ଅଭିଯୋଗ ପରେ ଏହାକୁ ମିଥ୍ୟା ଓ ରାଜନୈତିକ ଷଡଯନ୍ତ୍ର କହି ପ୍ରତ୍ୟାଖାନ୍ କରିଥିଲେ କୁମାରସ୍ୱାମୀ । ହେଲେ ଜୟନଗର ବେସକ୍ୟାମ ଭିଜିଲାନ୍ସ ସ୍ୱାର୍ଡର ଅଧିକାରୀ କୁମାରସ୍ୱାମୀଙ୍କ ଘରକୁ ଯାଇ ଯାଂଚ କରିବା ପରେ ସତ ସାମ୍ନାକୁ ଆସିଛି । ଏହାପରେ କୁମାର ସ୍ୱାମୀଙ୍କୁ ଜରିମାନା ଦେବାକୁ ପଡିଛି ।