କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା । ଦଳର ଷ୍ଟାର ବୋଲର ଜୋଶ୍ ହେଜେଲଉଡ୍ ଏହି ମହାମୁକାବିଲାରୁ ଦଳରୁ ଆଉଟ୍ ହୋଇଛନ୍ତି । ତେବେ ତାଙ୍କ ସ୍ଥାନରେ ଦଳରେ ମାଇକେଲ୍ ନେସରଙ୍କୁ ସାମିଲ କରାଯାଇଛି । ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ୭ ତାରିଖରେ ଇଂଲଣ୍ଡରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଅଷ୍ଟ୍ରେଲିଆ ଏବଂ ଭାରତ ଏହି ମ୍ୟାଚରେ ମୁହାଁମୁହିଁ ହେବେ । ତେବେ ଏହି ଗୁୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଜୋଶ୍ ହେଜେଲଉଡ୍ ଦଳରୁ ବାଦ୍ ପଡିବା ଅଷ୍ଟ୍ରେଲିଆକୁ ବଡ ଝଟକା ଦେଇଛି ।
Follow Us