କନକ ବ୍ୟୁରୋ: କଟକ ଗୋପାଳପୁର ଅଞ୍ଚଳରେ ଘଟିଛି ଅଘଟଣ । ପୋଲିସ ଯବତ କରିଥିବା କିଛି ବୋମା ପାଣିରେ ନିଷ୍କ୍ରିୟ କରିବା ସମୟରେ ହଠାତ୍ ବୋମା ଫୁଟିଯାଇଥିଲା । ଫଳରେ ବୋମା ନିଷ୍କ୍ରିୟ କରୁଥିବା ପୋଲିସ ହାବିଲଦାର ଗୁରୁତର ଆହତ ହୋଇଥିଲେ । ତାଙ୍କୁ କଟକ ଏସସିବି ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରଚଣ୍ଡ ଜୋରରେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ଏହି ବୋମା ନିଷ୍କ୍ରିୟ ବେଳେ ଏକ ବୋମା ବିସ୍ଫୋରଣରେ ହାବିଲଦାରଙ୍କ ମୃତ୍ୟୁ ହୋଇଥିଲା । ତେବେ ବୋମା ନିଷ୍କ୍ରିୟ ସମୟରେ ଆବଶ୍ୟକ ନିୟମକୁ ଗ୍ରହଣ କରାଯାଇଥିଲା କି ନାହିଁ ତାହାର ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି ।

Advertisment

ମୃତକ ହେଲେ କଟକ ସଦର ଥାନାର ହାବିଲଦାର ପ୍ରଦୀପ ମଲ୍ଲିକ । କାଠଯୋଡ଼ି ନଦୀ ପଠାରେ ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି । ମୃତ ହାବିଲଦାରଙ୍କ ଶରୀରର ପ୍ରାୟ ୭୦ରୁ ୮୦ ଭାଗ ପୋଡ଼ି ଯାଇଛି । କଟକ ବଡ଼ ଡାକ୍ତରଖାନାରେ ହାବିଲଦାରଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ବିସ୍ଫୋରଣ ପରେ ପୋଲିସ ଓ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚିଛନ୍ତି । ଅସାବଧାନତାରୁ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।