ହାଇ ସିକ୍ୟୁରିଟି ଜୋନରେ ଯୁବତୀଙ୍କୁ ଏକେ-୪୭ ବନ୍ଧୁକ ଦେଇ ଟହଲ ମାରିବା ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା । ଚାକିରିରୁ ନିଲମ୍ବନ ହେଲେ ଭାଗ୍ୟଧର, ଦେଖନ୍ତୁ ବନ୍ଧୁକ ଦେବା ସମୟର ଭିଡିଓ ।

Advertisment
ହାଇ ସିକ୍ୟୁରିଟି ଜୋନରେ ଯୁବତୀଙ୍କୁ ଏକେ-୪୭ ବନ୍ଧୁକ ଦେଇ ଟହଲ ମାରିବା ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା । ଚାକିରିରୁ ନିଲମ୍ବନ ହେଲେ ଭାଗ୍ୟଧର, ଦେଖନ୍ତୁ ବନ୍ଧୁକ ଦେବା ସମୟର ଭିଡିଓ ।

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ହାଇ ସିକ୍ୟୁରିଟି ଜୋନରେ ଡ୍ୟୁଟିରେ ଥିବା ବେଳେ ଅଜଣା ଯୁବତୀଙ୍କୁ ବନ୍ଧୁକ ଦେବା ମହଙ୍ଗା ପଡିଲା । ଚାକିରିରୁ ନିଲମ୍ବିତ ହେଲେ ଓଏସଏପି ୬ଷ୍ଠ ବାଟାଲିୟନର ପୋଲିସ ହାବିଲଦାର ଭାଗ୍ୟଧର ନାୟକ । ଏନେଇ କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସିସିଟିଭି ଫୁଟେଜକୁ ଆଧାର କରି ହାବିଲଦାରଙ୍କୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି ।

ସୂଚନା ଅନୁଯାୟୀ, ସମୟ ପ୍ରାୟ ୯.୩୦ଟା ହେବ । ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ସାଧାରଣତନ୍ତ୍ର ଦିବସ ପୁରା ଧୁମଧାମରେ ପାଳନ ସରିଥିବା ବେଳେ ଠିକ୍ ଏହି ସମୟରେ ପରେଡ଼ ସ୍ଥଳେ ଏମିତି କିଛି ଦୁର୍ଶ୍ୟ ଦେଖିବାକୁ ମିଳିଥିଲା, ଯାହା ପୁଲିସ ପୋଷାକରେ ବଦନାମର ଦାଗ ଲଗାଇଥିଲା। କାରଣ ଜଣେ ସନ୍ଦିଗ୍ଧ ଯୁବତୀଙ୍କୁ ବନ୍ଧୁକ ଦେଇ ଟହଲ ମାରୁଥିଲେ ସୁରକ୍ଷା କର୍ମୀ । ତାହା ପୁଣି ସେ କୌଣସି ସାଧାରଣ ବନ୍ଧୁକ ନୁହେଁ ବରଂ ଯୁବତୀଙ୍କ ହାତରେ ଥିଲା ଏକେ-୪୭ । ତେବେ ଏହି ଘଟଣାର ଚିତ୍ର କେହି ଜଣେ ମୋବାଇଲରେ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।


ଘଟଣାଟି ଅତିଥିମାନଙ୍କ ପାଇଁ ହୋଇଥିବା ଷ୍ଟେଜର ଅପରପାଶ୍ୱର୍ରେ ଘଟିଥିଲା । ତେବେ ହାଇ ସିକ୍ୟୁରିଟି ଜୋନରେ ପୋଲିସ ବାବୁଙ୍କ ଏଭଳି କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କମିସନରେଟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାରଣ ପୋଲିସ ସର୍ଭିସ କୋଡ ଅଫ୍ କଣ୍ଡକ୍ଟରେ ନିୟମ ରହିଛି, ପ୍ରତ୍ୟେକ ପୋଲିସ ଅଧିକାରୀ ଡ୍ୟୁଟିରେ ଥିବା ବେଳେ ନିଜ ବନ୍ଧୁକ ନିଜ ପାଖରେ ରଖିବେ । ଯେଉଁ ନିୟମର ଉଲ୍ଲଂଘନ ଭାଗ୍ୟଧର କରିଥିଲେ ।

ତେବେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏମିତି ଏକ ଘଟଣା ସପ୍ତମ ବାଟାଲିୟନରେ ଘଟିସାରିଛି । ପାସିଂ ଆଉଟ୍ ପରେଡ୍ ପରେ କିଛି ବନ୍ଧୁକଧାରୀ କର୍ମଚାରୀ ସେମାନଙ୍କ ସମ୍ପର୍କୀୟଙ୍କୁ ବନ୍ଧୁକ ଦେଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ଆକ୍ରୋଷର ଶିକାର ହୋଇଥିଲେ । ପରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe