କନକ ବ୍ୟୁରୋ : ପ୍ୟାନ୍ ସହ ଆଧାର ଲିଙ୍କ୍ କରିବାର ଶେଷ ତାରିଖ ରହିଥିଲା ଜୁନ୍ ୩୦ ତାରିଖ । ଦୀର୍ଘଦିନର ସମୟ ଦିଆଯାଇଥିଲେ ସୁଦ୍ଧା କିଛି ଲୋକ ଏଯାବତ ଲିଙ୍କ୍ କରିନାହାନ୍ତି । ପୂର୍ବରୁ ସୂଚନା ଦିଆଯାଇଥିଲା କି, ୨୦୨୩ ଜୁନ ୩୦ ସୁଦ୍ଧା ଯଦି ଲିଙ୍କ ନକରନ୍ତି ତାହେଲେ ପ୍ୟାନ କାର୍ଡ ନିଷ୍କ୍ରିୟ ହୋଇଯିବ । ଏଣୁ ଜୁଲାଇ ୧ ତାରିଖ ସୁଦ୍ଧା ଯେଉଁମାନେ ଲିଙ୍କ୍ କରିନାହାନ୍ତି ସେମାନଙ୍କ ପ୍ୟାନ କାର୍ଡ ନିଷ୍କ୍ରିୟ ହୋଇସାରିଛି । ଯାହାଫଳରେ ସେମାନେ ଆଉ ଏହାର ବ୍ୟବହାର କରିପାରିବେ ନାହିଁ । ଡିପୋଜିଟ୍, ଟ୍ରାଞ୍ଜାକ୍ସନ, ଋଣ ଏବଂ ନେଣ ଦେଣ ପାଇଁ ବ୍ୟାଙ୍କରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଆୟକର ବିଭାଗର ନିୟମ ଅନୁସାରେ ପ୍ୟାନ ସହ ଜଡ଼ିତ କାରବାର କରିପାରିବେ ନାହିଁ ।
ଇନକମ ଟ୍ୟାକ୍ସର ରିଫଣ୍ଡ ପ୍ରୋସେସ ହୋଇପାରିବ ନାହିଁ । ସିବିଡିଟି ହିସାବରେ ଟିକସଦାତାମାନେ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । କିନ୍ତୁ ନିଷ୍କ୍ରିୟ ପ୍ୟାନକାର୍ଡକୁ ବ୍ୟବହାର କରି ରିଫଣ୍ଡ ପାଇଁ ଦାବି କରିପାରିବେ ନାହିଁ   ।
ଡିମାଟ ଆକାଉଣ୍ଟ ଖୋଲି ପାରିବେ ନାହିଁ । ଏହାସହ ଆପଣ ମ୍ୟୁଚୁଆଲ ଫଣ୍ଡ ୟୁନିଟ କିଣିବା ପାଇଁ ୫୦ ହଜାର ଟଙ୍କାରୁ ଅଧିକ ପେମେଣ୍ଟ କରିପାରିବେ ନାହିଁ ।
ସେୟାର ବ୍ୟତିତ ଅନ୍ୟ କୌଣସି ସିକ୍ୟୁରିଟି କିଣା ବିକା ପାଇଁ ଳକ୍ଷେ ଟଙ୍କାରୁ ଅଧିକ ଟଙ୍କାର ପେମେଣ୍ଟ କରିପାରିବେ ନାହିଁ ।
ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇ ନଥିବା କମ୍ପାନୀ ଗୁଡ଼ିକର ଅଂଶଧନକୁ କିଣିବା ଏବଂ ବିକିବା ପାଇଁ ଲକ୍ଷେ ଟଙ୍କାରୁ ଅଧିକ ଦିଆଯାଇପାରିବ ନାହିଁ ।
ଗାଡ଼ି କିଣିବା ଏବଂ ବିକିବା ଉପରେ ଆପଣଙ୍କୁ ଅଧିକ ଟିକସ ଦେବାକୁ ପଡ଼ିବ ।
ନିଷ୍କ୍ରିୟ ପ୍ୟାନକାର୍ଡ ଧାରୀ କୋ-ଅପରେଟିଭ ବ୍ୟାଙ୍କ କିମ୍ବା ଜାତୀୟକରଣ ବ୍ୟାଙ୍କରେ କେବଳ ଫିକ୍ସ ଡିପୋଜିଟ ଓ ସଂଚୟ ଖାତା ଖୋଲିପାରିବେ । ଏହାବ୍ୟତୀତ ୫୦ ହଜାରରୁ ଅଧିକ ଟଙ୍କା ବ୍ୟାଙ୍କ କିମ୍ବା କର୍ପୋରେଟିଭ ବ୍ୟାଙ୍କରେ ଡିପୋଜିଟ୍ କରିପାରିବେ ନାହିଁ ।
ଏହା ସହ କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ପାଇଁ ମଧ୍ୟ ଆବେଦନ କରିପାରିବେ ନାହିଁ ।
ବୀମା ପଲିସିର ପ୍ରିମିୟମ ବାର୍ଷିକ ୫୦ ହଜାରରୁ ଅଧିକ ଦେଇ କରାଯାଇପାରିବ ନାହିଁ ।
୧୦ ଲକ୍ଷରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତି କିଣା ବିକା କିମ୍ବା ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଷ୍ଟାମ୍ପଥିବା ସମ୍ପତି ଉପରେ ଅଧିକ ଟିକସ ଦେବାକୁ ପଡ଼ିବ ।
କୌଣସି ଜିନିଷର କିଣା ବିକା ପାଇଁ ଟ୍ରାଞ୍ଜାକ୍ସନ ୨ ଲକ୍ଷରୁ ଅଧିକ ଟଙ୍କାର କାରବାର କରୁଥିଲେ ଅଧିକ ଟିକସ ଲାଗିବ ।

Advertisment

ତେବେ ଯେଉଁମାନେ ଏଯାବତ ପ୍ୟାନ ଆଧାର ଲିଙ୍କ କରିନାହାନ୍ତି ଏସବୁ ଅସୁବିଧାର ସମ୍ମୁଖୀନ ହେବେ । ଏଣୁ ହଜାରେ ଟଙ୍କା ଦେଇ ଲିଙ୍କ୍ କରିପାରିବେ । ୩୦ଦିନ ମଧ୍ୟରେ ପ୍ୟାନ ଆଧାର ଲିଙ୍କ ହୋଇଯିବ । ଏବଂ ଏହିସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ବ୍ୟୁରୋ ରିପୋର୍ଟ କନକ ନ୍ୟୁଜ୍..