ଆପଣଙ୍କ ଏଟିଏମ୍ କାର୍ଡ ହଜିଯାଇଛି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଘରେ ବସି ଆପଣ ପାଇପାରିବେ ନୂଆ ଏଟିଏମ୍ କାର୍ଡ । ଜାଣନ୍ତୁ, କେମିତି…

781

କନକ ବ୍ୟୁରୋ : ଆପଣଙ୍କ ଏଟିଏମ୍ କାର୍ଡ ହଜିଯାଇଛି କି ? ଘରେ ବସି ପାଇପାରିବେ ନୂଆ କାର୍ଡ । ଆପଣଙ୍କ ଏଟିଏମ୍ କାର୍ଡ ହଜିଯାଇଛି କିମ୍ବା ଚୋରି ହୋଇଯାଇଛି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଣିକି ନୂଆ ଏଟିଏମ୍ କାର୍ଡ ପାଇଁ ଆପଣଙ୍କୁ ଆଉ ବ୍ୟାଙ୍କର ଚକ୍କର କାଟିବାକୁ ପଡିବନି । ଆପଣ ଘରେ ବସି ଆପଣଙ୍କ ନୂଆ ଏଟିଏମ୍ କାର୍ଡ ପାଇପାରିବେ । କରୋନା ମହାମାରୀ ସମୟରେ ଅନେକ ବ୍ୟାଙ୍କ ଗୁଡିକ ନିଜର ଅଧିକାଂଶ ସୁବିଧା ଅନଲାଇନ୍ କରିଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ନୂଆ ଏଟିଏମ୍ କାର୍ଡ ପାଇଁ ଆପଣଙ୍କୁ କଣ କରିବାକୁ ହେବ ।

ନୂଆ ଏଟିଏମ୍ କାର୍ଡ ପାଇଁ ଆବେଦନ କରିବା ପାଇଁ ଆପଣଙ୍କୁ ଏକ ସରଳ ପ୍ରକ୍ରିୟା ଅନୁକରଣ କରିବାକୁ ହେବ । ତେବେ ଏଥିପାଇଁ ଆପଣଙ୍କ ମୋବାଇଲ୍ ନମ୍ବର ଆପମଙ୍କ ବ୍ୟାଙ୍କ ଆକାଉଣ୍ଟରେ ରେଜିଷ୍ଟର ହୋଇଥିବା ଦରକାର । କାରଣ ଆପଣଙ୍କୁ ଓଟିପିର ଆବଶ୍ୟକତା ପଡିବ । ତେବେ ହେି ପ୍ରକ୍ରିୟା କେବଳ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଲାଗୁ ହେବ । ଏବେ ଆସନ୍ତୁ ଜାଣିବା ପୂରା ପ୍ରକ୍ରିୟା ।

ପ୍ରଥମେ ଆପଣଙ୍କୁ ବ୍ୟାଙ୍କର ଅଫିସିୟାଲ ୱେବସାଇଟକୁ ଯାଇ ଇଣ୍ଟରନେଟ୍ ବ୍ୟାଙ୍କିଂ ରେ ଲଗ୍ ଇନ୍ କରିବାକୁ ହେବ । ଏହା ପରେ ଆପଣ ଇ-ସର୍ଭିସ ଥିବା ବିକଳ୍ପକୁ ଯାଆନ୍ତୁ । ଏଥିରେ ଆପଣଙ୍କୁ ଏଟିଏମ୍ କାର୍ଡ ସର୍ଭିସ ବିକଳ୍ପ ଚୟନ କରିବାକୁ ହେବ । ଏହାପରେ ରିକ୍ୱେଷ୍ଟ ଏଟିଏମ୍ କିମ୍ବା ଡେବିଟ୍ କାର୍ଡ ବିକଳ୍ପ ଚୟନ କରନ୍ତୁ ।

ଏବେ ଆପଣଙ୍କ ସାମ୍ନାରେ ଦୁଇଟି ବିକଳ୍ପ ଆସିବ । ଏହା ଓଟିପି ଆଧାରିତ କିମ୍ବା ପ୍ରୋଫାଇଲ୍ ପାସୱାର୍ଡ ଆଧାରିତ ଅଟେ । ଏଥିରେ ଆପଣଙ୍କୁ ଓଟିପି ଆଧାରିତ ଚୟନ କରିବାକୁ ହେବ । ଏହା ଏକ ନୂଆ ପେଜଟିଏ ଖୋଲିବ । ଏଥିରେ ଆପଣଙ୍କୁ ଆକାଉଂଟ ଚୟନ କରିବା ପରେ କାର୍ଡର ନାମ ଏବଂ କାର୍ଡ ପ୍ରକାର ଚୟନ କରିବାକୁ ପଡିବ । ସମସ୍ତ ବିବରଣୀ ପୂରଣ କରିବା ପରେ, ଏହାକୁ ଯାଂଚ କରନ୍ତୁ ଏବଂ ଦାଖଲ କରନ୍ତୁ । ସମସ୍ତ ତଥ୍ୟ ସବମିଟ୍ କରିବା ପରେ, ଆପଣଙ୍କ ଏକ ମେସେଜ୍ ଆସିବ । ଯେଉଁଥିରେ ଲେଖାଥିବ ଯେ, ୭-୮ କାର୍ଯ୍ୟଦିନରେ ଆପଣଙ୍କ ନିକଟକୁ ଡେବିଟ୍ କାର୍ଡ ଡେଲିଭରି କରିଦିଆଯିବ ।