କନକ ବ୍ୟୁରୋ : ଆଲୋଚନା ଓ କୁଟନୀତି ମାଧ୍ୟମରେ ରୁଷ-ୟୁକ୍ରେନ୍ ଯୁଦ୍ଧର ସମାଧାନ ହେବା ଉଚିତ୍ ବୋଲି ପୁଣି ଥରେ କହିଛି ଭାରତ । ଇଣ୍ଡୋନେସିଆ ବାଲିରେ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଏଥରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦୀ କହିଛନ୍ତି, ଯୁଦ୍ଧ ନୁହେଁ ବରଂ ଆଲୋଚନା ହିଁ ସମାଧାନର ରାସ୍ତା ହେବା ଜରୁରୀ । ଏହା ସହ ଉଭୟ ପକ୍ଷ ଯୁଦ୍ଧବିରତି ପାଇଁ ଆଗ୍ରହୀ ହୋଇ ପଦକ୍ଷେପ ନେବା ଉଚିତ ବୋଲି ମୋଦୀ କହିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁୁ ବିଶ୍ୱ ବିଶ୍ୱଯୁଦ୍ଧ ଦେଖିସାରିଛି । ବିଶ୍ୱଯୁଦ୍ଧ କେମିତି ଧ୍ୱଂସଲୀଳା ତାହା ମଧ୍ୟ ବିଶ୍ୱ ଦେଖିସାରିଛି । ତେଣୁ ଯୁଦ୍ଧ ନୁହେଁ ଶାନ୍ତି ପାଇଁ ପ୍ରୟାସ କରିବା ନିହାତି ଜରୁରୀ । ଜି-୨୦ ସମ୍ମିଳନିରେ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ-ବାଇଡ଼େନ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ମଧ୍ୟ ଭେଟିଛନ୍ତି । ଏହା ସହ ଅନ୍ୟ ବିଶ୍ୱ ନେତାଙ୍କ ସହ ମୋଦୀ ଆଲୋଚନା କରିବାର ଅଛି ।