କନକ ବ୍ୟୁରୋ: ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ପରେ ଜମୁଛି ଲୋକଙ୍କ ଭିଡ । ଭବ୍ୟ ପୀଠରେ ଚାଲିଛି ଦିବ୍ୟ ଉପାସନା । ସୁନ୍ଦର ଆଧ୍ୟାତ୍ମିକ ପରିବେଶ ମାଆଙ୍କ ଦର୍ଶନ କରି ଆତ୍ମତୃପ୍ତି ଅନୁଭବ କରୁଛନ୍ତି ଭକ୍ତ । ଆଉ ସମଲେଇ ପ୍ରକଳ୍ପକୁ ନେଇ ଅନୁଭୁତି ବଖାଣିଛନ୍ତି ଶ୍ରଦ୍ଧାଳୁ । ସେପଟେ ପ୍ରକଳ୍ପ ଉଦଘାଟନର ୩ ଦିନ ପରେ ବି ଚାଲିଛି ହୋମଯଜ୍ଞ । ସକାଳୁ ସକାଳୁ ସୂର୍ଯ୍ୟପୂଜା ପରେ ପୁରୋହିତଙ୍କ ଦ୍ୱାରା ମନ୍ତ୍ରୋଚାରଣ ଚାଲିଛି । ୫ଟି ଯଜ୍ଞ କୁଣ୍ଡରେ ମା’ଙ୍କ ଆବାହନ ଚାଲିଛି । ଆସନ୍ତା ୩୧ ତାରିଖରେ ଯଜ୍ଞର ପୂର୍ଣ୍ଣାହୂତି ଅନୁଷ୍ଠିତ ହେବ ।
ପଣ୍ଡିତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ହୋମଯଜ୍ଞ ଓ ଚଣ୍ଡୀପାଠରେ କମ୍ପୁଛି ସମଲେଇ ପୀଠ । ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ମାଙ୍କ ପୀଠରେ ଚାଲିବ ଯଜ୍ଞ ।
/kanak/media/post_attachments/wp-content/uploads/2024/01/17-39.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)