ବୟସର ସାୟାହ୍ନରେ ସ୍ୱଚ୍ଛତାର ବାର୍ତ୍ତା: ସାହା କେହି ନାହିଁ...ତଥାପି ହାର ମାନିନାହାନ୍ତି ବାସନ୍ତି...୭୫ ବୟସରେ ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟି ଅନ୍ୟ ପାଇଁ ପାଲଟିଯାଇଛନ୍ତି ଉଦାହରଣ

Advertisment
ବୟସର ସାୟାହ୍ନରେ ସ୍ୱଚ୍ଛତାର ବାର୍ତ୍ତା: ସାହା କେହି ନାହିଁ...ତଥାପି ହାର ମାନିନାହାନ୍ତି ବାସନ୍ତି...୭୫ ବୟସରେ ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟି ଅନ୍ୟ ପାଇଁ ପାଲଟିଯାଇଛନ୍ତି ଉଦାହରଣ

କନକ ବ୍ୟୁରୋ: ବାସନ୍ତି । ବୟସ ୭୫ ଛୁଇଁଲାଣି । କେଉଁଠି ଆସିଛନ୍ତି, ଘର କେଉଁଠି କିଛି ଜଣା ନାହିଁ । ହେଲେ ଆଜକୁ ୩ ବର୍ଷ ହେଲା ବାସନ୍ତି ନିଜ ପରିବାର ସହ ଛତିଶଗଡରୁ ପେଟପାଟଣା ପାଇଁ ଧାଇଁ ଆସିଥିଲେ ମାଲକାନଗିରିକୁ । ଆଉ ଚେରମୂଳି ବିକ୍ରି କରି ବାସନ୍ତି ଚଳନ୍ତି । ଏଥିରୁ ଯାହା ରୋଜଗାର କରୁଥିଲେ ସେଥିରୁ ବାସନ୍ତିଙ୍କ ପୂରା ପରିବାର ଚଳିଯାଉଥିଲା । କିନ୍ତୁ ଦିନେ ମା’କୁ ଏକା କରିଦେଇ କେଉଁଆଡେ ଚାଲିଯାଇଥିଲା ବାସନ୍ତିଙ୍କ ପୁଅ । ଆଉ ସେହି ଦିନଠାରୁ । ମାନସିକ ସନ୍ତୁଳନ ହରାଇବସିଥିଲେ ବାସନ୍ତି । ଏବେ ବାସନ୍ତିଙ୍କ ଜୀବନ କେତେବେଳେ ଖୋଲା ଆକାଶ ତଳେ ତ ପୁଣି କେତେବେଳେ କାହା ଦୋକାନ ବାରଣ୍ଡାରେ ବିତୁଛି ।

publive-image

ତେବେ ଓଳିଏ ଖାଇ ଓଳିଏ ଉପାସ ରହୁଥିବା ବାସନ୍ତି ପିନ୍ଧିବାକୁ ଖଣ୍ଡିଏ ଲୁଗା ପାଉନଥିବା ବେଳେ କେହି ସହୃଦୟ ବ୍ୟକ୍ତି ଦୟାରେ ଯାହା ଦିଅନ୍ତି ତାହାହୁଏ ବାସନ୍ତିଙ୍କ ସେ ଦିନର ଦାନା । ନିଜ ପରିବାର ତଥା ନିଜ ଜନ୍ମସ୍ଥାନ ଭୁଲ ଯାଇଥିବା ବାସନ୍ତି କିନ୍ତୁ ଏବେ ମାଲକାନଗିରିର ରାଜରାସ୍ତାକୁ ନିଜର ସବୁକିଛି ମଣି ନେବା ସହ ଶିକ୍ଷିତ ମଣିଷ ପକାଉଥିବା ଅଳିଆ ଆବର୍ଜନାକୁ ସଫା କରି ପରିବେଶ ସଫା ରଖିବା ପାଇଁ ଜାରି ରଖିଛନ୍ତି ପ୍ରୟାସ । ରାତି ଯେଉଁଠି କଟିଥାଏ ସକାଳ ହେବା ମାତ୍ରେ ସେହି ପରିସରକୁ ନିଜ ହାତରେ ସଫା କରିଦିଅନ୍ତି ବାସନ୍ତି । କେବଳ ରାସ୍ତାଘାଟ ନୁହଁ ସହରର ସମସ୍ତ ମନ୍ଦିର ଏବଂ ହତା ଗୁଡିକୁ ବି ବାସନ୍ତି ଗୋବର ପାଣିରେ ଲିପାପୋଛା କରିଦିଅନ୍ତି ।

publive-image

ଆଜିର ଏହି ଶିକ୍ଷିତ ସମାଜରେ ଯେଉଁଠି ସ୍ୱାର୍ଥପର ମଣିଷ ସବୁବେଳେ ନିଜ କଥା ଚିନ୍ତା କରୁଛି ସେଠି ବାସନ୍ତି ଭଳି ଜଣେ ଅସହାୟ ବୃଦ୍ଧା ପରିଣତ ବୟସରେ କାହାଠାରୁ କିଛି ପାଇବାର ଆଶା ନରଖି ପରିବେଶକୁ ସଫା ରଖିବା ସହ ଶିକ୍ଷିତ ସମାଜକୁ ସ୍ୱଚ୍ଛତାର ବାର୍ତ୍ତା ବାଂଟି ଚାଲିଛନ୍ତି । ରାଜ୍ୟ ସରକାର ଅସହାୟ ଲୋକଙ୍କ ପାଇଁ ବହୁ ଯୋଜନା କରିଛନ୍ତି ସତ ହେଲା ଆଜିବି ବାସନ୍ତିଙ୍କ ପରି ଅସହାୟଙ୍କ ପାଇଁ ସରକାରୀ ଯୋଜନା ହୋଇପଡିଛି ଅପହଂଚ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe