ପେଶା ଦରଜୀ ନିଶା କିନ୍ତୁ ରୋଗୀ ସେବା...ଅସହାୟଙ୍କ ସେବାରେ ସମର୍ପିତ ଧନଞ୍ଜୟ..ନିଜେ ଟଙ୍କା ଖର୍ଚ୍ଚ କରି କରାଇଲେଣି ବହୁ ଲୋକଙ୍କର ଚିକିତ୍ସା

ପେଶା ଦରଜୀ ନିଶା କିନ୍ତୁ ରୋଗୀ ସେବା...ଅସହାୟଙ୍କ ସେବାରେ ସମର୍ପିତ ଧନଞ୍ଜୟ..ନିଜେ ଟଙ୍କା ଖର୍ଚ୍ଚ କରି କରାଇଲେଣି ବହୁ ଲୋକଙ୍କର ଚିକିତ୍ସା

କନକ ବ୍ୟୁରୋ: ପେଶାରେ ଦରଜୀ ନିଶା କିନ୍ତୁ ରୋଗୀ ସେବା । ରୋଗୀ ସେବା ନକଲେ ଖାଦ୍ୟ ବି ହଜମ ହୁଏନି । ଅବିବାହିତ ରହି ରୋଗୀ ସେବାରେ ନିଜ ଜୀବନକୁ ଉତ୍ସଗୀକୃତ କରିଦେଇଛନ୍ତି ଏହି ୩୩ ବର୍ଷୀୟ ବ୍ୟକ୍ତି ଜଣକ  । ଦରଜୀ କାମ କରି ଯାହା ପାଆନ୍ତି ରୋଗୀ ମାନଙ୍କ ସେବାରେ ଖର୍ଚ୍ଚ କରନ୍ତି । ଏପରିକି ପାରିଶ୍ରମିକ ନ ଅଣ୍ଟିଲେ ହୋଟେଲରେ ଅଇଁଠା ପ୍ଲେଟ  ଧୋଇ ଯାହା ପାଆନ୍ତି ରୋଗୀଙ୍କ ପାଇଁ ଖର୍ଚ୍ଚ  କରନ୍ତି  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ମହିବାହାଲ ଗାଁର ଧନଞ୍ଜୟ ଦନ୍ତା ଓରଫ ପୁଟ ବାବା ।

publive-image

ଗତ ୧୦ବର୍ଷ ଧରି ନିଜ ଭିଟାମାଟି ଛାଡି ତିଲେଶ୍ୱର ଗାଁରେ ସିଲେଇ କରି ଯାହା ରୋଜଗାର କରନ୍ତି ଅସହାୟଙ୍କ ପାଇଁ ସବୁକିଛି ଖର୍ଚ୍ଚ  କରିଦିଅନ୍ତି ଧନଞ୍ଜୟ ।  କେବଳ ତିଲେଶ୍ୱରର ନୁହେଁ ଆଖପାଖ ୮ଗୋଟି ପଞ୍ଚାୟତ ର ଅସହାୟ ରୋଗୀମାନଙ୍କ ସେବା କରିଆସୁଛନ୍ତି ଧନଞ୍ଜୟ । ସେ ଏଭଳି ଏକ ଅନୁଭୂତି ସେ ବଖାଣିଛନ୍ତି ଯାହାକି ଆପଣଙ୍କୁ ଚକିତ କରିଦେବ । ସେ ବୌଦ୍ଧ ଅଞ୍ଚଳରୁ ଏକ ରୋଗୀକୁ ନେଇ କଟକ ବଡ ମେଡିକାଲ ଯାଇଥିବାବେଳେ ଝାଡଖଣ୍ଡର ଏକ ନିରାଶ୍ରୟ ମହିଳାଙ୍କୁ ଦୀର୍ଘ ଏକ ମାସ ଧରି ତାଙ୍କ ଚିକିତ୍ସା ନିମନ୍ତେ ସହାୟତା କରିବା ସହିତ ଆଉ ଜଣେ ଟିବି ରୋଗୀଙ୍କ ଚିକିତ୍ସାପାଇଁ  ତାଙ୍କ ପାଖରେ ଅର୍ଥ ନଥିବାରୁ ହୋଟେଲରେ କାମ କରିବା ସହିତ ଅଇଁଠାପ୍ଲେଟ ଧୋଇବାକୁ ମଧ୍ୟ ପଛେଇ ନଥିବା କହିଛନ୍ତି ଧନଞ୍ଜୟ  । ଆଜିର ଏହି ସ୍ୱାର୍ଥପର ସମାଜରେ ଅସହାୟ ବ୍ୟକ୍ତିଙ୍କୁ ନିଜ ପରିବାର ଲୋକେ ପଚାରୁନଥିବାରୁ ଏଭଳି ଅସହାୟଙ୍କ ସେବା ପାଇଁ ନିଜସ୍ୱ ଉଦ୍ୟମ ଜାର ରଖିଛନ୍ତ ଧନଞ୍ଜୟ ।

publive-image

ନିଜ ବାପା ମାଆଙ୍କୁ ଛାଡି ଏବେ କେବଳ ଅସହାୟ ରୋଗୀଙ୍କ ସେବାରେ ନିୟୋଜିତ ହୋଇଥିବା ଏହି ସ୍ୱେଚ୍ଛାସେବୀ ଯୁବକ ଜଣକ ଏଯାବତ୍ ବିବାହ ମଧ୍ୟ କରିନାହାନ୍ତି ।  ରୋଗୀ ସେବା ହିଁ ଏକ ଶ୍ରେଷ୍ଠସେବା ଭାବି ପାଇଁ ନିଜ ଜୀବନକୁ  ଉତ୍ସଗୀକୃତ କରି ଲାଗିପଡିଛନ୍ତି ଅସହାୟ ରୋଗୀଙ୍କ ସେବାରେ । ଅସହାୟ ଅବସ୍ଥାରେ ଯିଏ ବି ପହଞ୍ôଚିଲା କେବେ ପଛଘୁଞ୍ଚା ଦିଅନ୍ତିନି ଧନଞ୍ଜୟ । ଯାହା ରୋଜଗାର କରନ୍ତି  ନିଜେ ଭୋକ ଉପାସରେ ରହି ସବୁକିଛି ଖର୍ଚ୍ଚ କରିଦିଅନ୍ତି ସେମାନଙ୍କ ପିଛାରେ । ଧନଞ୍ଜୟଙ୍କ ଏଭଳି କାର୍ଯ୍ୟ ପାଇଁ ସେ ପ୍ରଶଂସା ସାଉଁଟିବା ସହ ରୋଗୀମାନେ ତାଙ୍କୁ ଭଗବାନ ବୋଲି ମାନୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe