କରୋନା କଟକଣା ପାଇଁ ବିନା ଭକ୍ତରେ ସ୍ନାନଯାତ୍ରା: ୧୦୮ ସୁବାସିତ ଗରା ଜଳରେ ସ୍ନାନ ପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

Advertisment
କରୋନା କଟକଣା ପାଇଁ ବିନା ଭକ୍ତରେ ସ୍ନାନଯାତ୍ରା: ୧୦୮ ସୁବାସିତ ଗରା ଜଳରେ ସ୍ନାନ ପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

କନକ ବ୍ୟୁରୋ: ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ବିଶ୍ୱବାସୀଙ୍କୁ ଧଳା ଓ କଳା ହାତୀବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା କରିବା ପରେ ହାତୀବେଶରେ ସଜ୍ଜିତ ହୋଇ ଝଲସୁଛନ୍ତି ମହାପ୍ରଭୁ। ଏପଟେ କରୋନା କଟକଣା ଯୋଗୁଁ ବିନା ଭକ୍ତ ସମାଗମରେ ଶ୍ରୀଜୀଉଙ୍କ ସ୍ୱାନ ଯାତ୍ରା ଅନୁଷ୍ଠିତ ହେଉଛି ।

ତେବେ ସାଂପ୍ରତିକ ଇତିହାସରେ ବିନା ଭକ୍ତରେ ଶ୍ରୀଜୀଉଙ୍କ ସ୍ନାନ ପୂର୍ଣ୍ଣିମା ହେବା ଏକ ବିରଳ ଘଟଣା। ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ଦେଖିବା ପାଇଁ ଭକ୍ତମାନେ କାହିଁ କେତେ ଦିନରୁ ଅପେକ୍ଷା କରି ରହିଥାଆନ୍ତି। କିନ୍ତୁ ଚଳିତ ଥର ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବାରୁ ଭକ୍ତମାନେ ବଞ୍ଚିତ ହୋଇଥିବାରୁ କେଉଁଠି ନା କେଉଁଠି ସେମାନଙ୍କ ମନରେ ଦୁଃଖ ଭରି ରହିଛି। କିନ୍ତୁ ଟେଲିଭିଜନ୍‌ ମାଧ୍ୟରେ ଶ୍ରୀଜୀଉଙ୍କ ପ୍ରତିଟି ନୀତିକୁ ଭକ୍ତ ସିଧାସଳଖ ଦେଖିବାର ସୌଭାଗ୍ୟ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe