ହାଥରସ୍ ମାମଲାରେ ନୂଆ ମୋଡ । ଜେଲରୁ ଚିଠି ଲେଖି ପୀଡ଼ିତାଙ୍କ ପରିବାର ଆଡ଼କୁ ଅଙ୍ଗୁଳି ଉଠାଇଲେ ଅଭିଯୁକ୍ତ । କହିଲେ ସେମାନଙ୍କ ପାଇଁ ନୁହେଁ, ଅନର କିଲିଂରୁ ଯାଇଛି ପୀଡ଼ିତାଙ୍କ ଜୀବନ ।

2,597

କନକ ବ୍ୟୁରୋ: ହାଥରସ୍ ମାମଲାରେ ନୂଆ ମୋଡ଼ । ଜେଲରୁ ଚିଠି ଲେଖିଲେ ଅଭିଯୁକ୍ତ । କହିଲେ ଆମେ ନୁହେଁ, ଅନର କିଲିଂ ପାଇଁ ଯାଇଛି ନିର୍ଭୟାର ଜୀବନ । ହାଥରସ୍ ଗଣଦୁଷ୍କର୍ମ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ମାମଲାରେ ଆସିଛି ଏକ ନୂଆ ମୋଡ଼ । ଜେଲରୁ ଉତର ପ୍ରଦେଶ ପୁଲିସ୍ ପ୍ରଶାସନକୁ ଚିଠି ଲେଖିଛନ୍ତି ୪ ଅଭିଯୁକ୍ତ । ଏହି ଚିଠି ହିଁ ଏବେ ଘଟଣାକୁ ଅଧିକ ଜଟିଳ କରିଦେଇଛି । ଚିଠିରେ ସେମାନେ ଲେଖିଛନ୍ତି ଯେ, ସେମାନେ ହାଥରସ୍ ନିର୍ଭୟାଙ୍କୁ କୌଣସି ଦୁଷ୍କର୍ମ କରିନାହାନ୍ତି, କିମ୍ବା ଶାରୀରିକ ଭାବେ କୌଣସି ଆକ୍ରମଣ କରିନଥିଲେ, ବରଂ ଅନର କିଲିଂ ପାଇଁ ନିର୍ଭୟାଙ୍କ ଜୀବନ ଯାଇଛି । ପୀଡ଼ିତାଙ୍କ ପରିବାର ଲୋକ ତାଙ୍କୁ ଆଗରୁୁ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ଚିଠିରେ ଅଭିଯୋଗ କରିଛନ୍ତି ।

ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ଠାକୁର ଏଥିରେ ଲେଖିଛନ୍ତି ଯେ, ସେ ଓ ପୀଡ଼ିତା ଉଭୟ ପରସ୍ପରକୁ ଆଗରୁ ଜାଣିଥିଲେ । ସେମାନଙ୍କ ମଧ୍ୟରେ ବନ୍ଧୁତା ଥିଲା । ଉଭୟ ପରସ୍ପରକୁ ଭେଟୁଥିଲେ, ଏହା ସହ ଫୋନରେ ମଧ୍ୟ କଥାବାର୍ତା ହେଉଥିଲେ । ଅଭିଯୁକ୍ତ ଲେଖିଛନ୍ତି ଯେ, ଘଟଣା ଦିନ ସେ ନିର୍ଭୟାଙ୍କୁ ଭେଟିବାକୁ କ୍ଷେତକୁ ଯାଇଥିଲେ । ତେବେ କ୍ଷେତରେ ପହଂଚିବା ପରେ ସେଠାରେ ପୀଡ଼ିତାଙ୍କ ଭାଇ ଓ ମା’ ଉପସ୍ଥିତ ଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ଫେରିଆସିଥିଲେ । ଏତିକିରେ ସରିନି ଚିଠିରେ ଲେଖାଯାଇଥିବା କଥା । ଏହାସହ ସେ କ୍ଷେତରୁ ଆସିବାରେ ପରେ ଜାଣିବାକୁ ପାଇଲେ ଯେ, ନିର୍ଭୟାଙ୍କ ଭାଇ ଓ ମା’ ତାଙ୍କୁ ମାଡ଼ ମାରିଛନ୍ତି । ତାଙ୍କ ସହ ଥିବା ବନ୍ଧୁତା କାରଣରୁ ପୀଡ଼ିତାଙ୍କୁ ଏହି ମାଡ଼ ମରାଯାଇଥିଲା ବୋଲି ଅଭିଯୁକ୍ତ ସନ୍ଦୀପ ଅଭିଯୋଗ କରିଛନ୍ତି । ଏହାସହ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ସେମାନଙ୍କୁ ନ୍ୟାୟ ଦେବାକୁ ଅଭିଯୁକ୍ତମାନେ ଚିଠିରେ ଦାବି କରିଛନ୍ତି ।

ଅଭିଯୁକ୍ତମାନଙ୍କ କଥାକୁ ଖଣ୍ଡନ କରିଛନ୍ତି ନିର୍ଭୟାଙ୍କ ପରିବାର ଲୋକ । ସେପ୍ଟେମ୍ବର ୧୪ରେ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଓ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା, ହେଲେ ଡାକ୍ତରମାନେ ତାଂକୁ ବଂଚାଇ ପାରି ନଥିଲେ । ଏହି ଘଟଣାରେ ସନ୍ଦୀପ ଠାକୁରଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା ଉତର ପ୍ରଦେଶ ପୁଲିସ୍ । ଏହାସହ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଥିଲା । ପ୍ରଥମେ ୭ ଦିନ ଭିତରେ ଏହି ଟିମ୍ ନିଜ ରିପୋର୍ଟ ଦାଖଲ କରିବା କଥା, ହେଲେ ରିପୋର୍ଟ ଦେବାକୁ ତଦନ୍ତକାରୀ ଟିମକୁ ଆଉ ୧୪ ଦିନ ସମୟ ଦିଆଯାଇଛି । ଟିମ୍ ପୀଡ଼ିତାଙ୍କ ଭାଇକୁ ପଚରାଉଚରା କରିବା ସହ ତାଂକ ବୟାନ ରେକର୍ଡ କରିଛି

Comments are closed.