ଭକ୍ତଙ୍କ ଠାରୁ ନିଅନ୍ତି ନାହିଁ ଗୋଟିଏ ବି ଟଙ୍କା । ହେଲେ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି କରିଛନ୍ତି ଠୁଳ

Advertisment
ଭକ୍ତଙ୍କ ଠାରୁ ନିଅନ୍ତି ନାହିଁ ଗୋଟିଏ ବି ଟଙ୍କା । ହେଲେ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି କରିଛନ୍ତି ଠୁଳ

କନକ ବ୍ୟୁରୋ : ହାଥରସର ମୃତ୍ୟୁର ବିଭୀଷିକା ପ୍ରତ୍ୟକ୍ଷଦର୍ଶୀ ଯେତେ ବଖାଣିଲେ ମଧ୍ୟ୍ୟ ସରୁ ନାହିଁ। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଦୃଶ୍ୟ ସାରା ଦେଶବାସୀଙ୍କ ମନ ଆନ୍ଦୋଳିତ କରିଛି । ହେଲେ ଯେଉଁ ବାବାଙ୍କ ପାଇଁ ଏତେ ଶ୍ରଦ୍ଧାଳୁଙ୍କ ଜୀବନ ଗଲା, ଏବେ ତାଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି ।

ଭକ୍ତଙ୍କ ପାଖରୁ ଗୋଟିଏ ବି ଟଙ୍କା ଦାନ ଆକାରରେ ନେଇ ନଥିବା ଦାବି କରୁଥିବା ବାବାଙ୍କ ପାଖରେ ରହିଛି ଅନେକଗୁଡିଏ ବିଳାଶପୂର୍ଣ୍ଣ କୋଠା, ଦାମୀ ଗାଡି ଓ ବଡ ବଡ ଆଶ୍ରମ । ଏସବୁକୁ ନଜର କରି ଏକ ଜାତୀୟ ଗଣମାଧ୍ୟମ ଆକଳନ କରିଛି କି, ବାବାଙ୍କ ପାଖରେ ପାଖାପାଖି ୧୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ସେପଟେ ଭକ୍ତଙ୍କ ପାଖରେ ସେ ନାନା ନାମରେ ପରିଚିତ । କେବେ ନାରାୟଣ ସାକାର ହରି କେବେ ବିଶ୍ୱ ହରି ତ କେବେ ଭୋଳେ ବାବା।

ହେଲେ ୫୮ ବର୍ଷର ଏହି ବାବଙ୍କ ପ୍ରକୃତ ନାମ ହେଉଛି ସୁରଜପାଳ ସିଂହ । କେବଳ ଉତ୍ତରପ୍ରଦେଶ ନୁହେଁ ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀ ଭଳି ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ବାବାଙ୍କର ଅନେକ ଶ୍ରଦ୍ଧାଳୁ ଅଛନ୍ତି । ଆଶ୍ଚର୍ୟ୍ୟର କଥା ଏହି ବାବାଙ୍କ ବେସାଭୂଷା ଦେଖିଲେ ସେ କୌଣସି ପଟରୁ ବାବାଙ୍କ ପରି ଜଣା ପଡନ୍ତି ନାହିଁ।

ଉତ୍ତରପ୍ରଦେଶ ର ବାହାଦୁରନଗର ହେଉଛି ବାବାଙ୍କ ଜନ୍ମସ୍ଥଳୀ। ସେଠାରେ ବାବାଙ୍କ ନାମରେ ଟ୍ରଷ୍ଟ ଓ ୨୦ରୁ ୨୫ ଏକର ଜମି ରହିଛି ଯେଉଁ ଠାରେ ଅନେକ ଲୋକ କାମ କରିଥାନ୍ତି। ଆଶ୍ରମରେ ଉଭୟ ମହିଳା ଓ ପୁରୁଷ କର୍ମୀଙ୍କୁ କାର୍ୟ୍ୟରତ। ସୁରକ୍ଷା ପାଇଁ ମହିଳାମାନେ ମଧ୍ୟ ନିୟୋଜିତ ଥିବା ବେଳେ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ କୋଡ଼ ରହିଛି। ସେଠାରେ ଶ୍ରଦ୍ଧାଳୁଙ୍କର ଖୁବ ଭିଡ ଦେଖିବାକୁ ମିଳେ। ଏହାକୁ ବାବାଙ୍କ ସାମ୍ରାଜ୍ୟ କହିଲେ କମ ହେବନାହିଁ। କେବଳ ନିଜ ଜିଲ୍ଲାରେ ନୁହେଁ ବାବାଙ୍କ ଆଶ୍ରମ ଦେଶର ଅନେକ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଜଣା ଯାଏ । ବାବା ମାନବ ସେବାକୁ ନେଇ ପ୍ରବଚନରେ ସନ୍ଦେଶ ଦେଇଥାନ୍ତି। ତାଙ୍କ ସତସଙ୍ଗ ଓ ପ୍ରବଚନରେ ମୋବାଇଲ ଆଦିର ବ୍ୟବହାରକୁ ନେଇ କଟକଣା ରହିଥିବାରୁ କେହି ସୋସିଆଲ ମିଡ଼ିଆରେ ଭୋଲେ ବାବାଙ୍କ ଭାଷଣ ଶୁଣି ନାହାନ୍ତି । ଇଣ୍ଟେରନେଟରେ ବାବାଙ୍କର ଖାସ ସମ୍ପୃକ୍ତି ନଥିବାରୁ ତାଙ୍କ ବିଶାଳ ସାମ୍ରାଜ୍ୟ ବିଷୟରେ ସମସ୍ତେ ସହଜରେ ଜାଣି ପାରନ୍ତି ନାହିଁ। ହେଲେ ଆଶ୍ରମ ଓ ପ୍ରବଚନରେ ପ୍ରତ୍ୟକ୍ଷ ଶ୍ରଦ୍ଧାଳୁଙ୍କ ଖୁବ ଭିଡ ଦେଖିବାକୁ ମିଳେ। ଧଳା ସୁଟ ବୁଟରେ ପ୍ରବଚନ ଦେବାକୁ ଅସୁଥିବା ବାବା ନିଜର ସୁରକ୍ଷାକର୍ମୀ ମଧ୍ୟ ରଖିଛନ୍ତି ଏସବୁ ଦେଖିଲେ ଲାଗେ ସେ ଖୁବ ରହସ୍ୟମୟୀ ଢଙ୍ଗରେ ନିଜର ବିଶାଳ ସାମ୍ରାଜ୍ୟ ଖୁବ ସତର୍କତାର ସହ ଚଳାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe