ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା : ଆହ୍ଲାବାଦ ହାଇକୋର୍ଟରେ ଲକ୍ଷ୍ନୌ ବେଞ୍ଚରେ ହେବ ଶୁଣାଣି ; କଡା ସୁରକ୍ଷାରେ ଲକ୍ଷ୍ନୌ ଗଲେ ପୀଡିତାଙ୍କ ପରିବାର

Advertisment
ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ଘଟଣା : ଆହ୍ଲାବାଦ ହାଇକୋର୍ଟରେ ଲକ୍ଷ୍ନୌ ବେଞ୍ଚରେ ହେବ ଶୁଣାଣି ; କଡା ସୁରକ୍ଷାରେ ଲକ୍ଷ୍ନୌ ଗଲେ ପୀଡିତାଙ୍କ ପରିବାର

କନକ ବ୍ୟୁରୋ : ଆଜି ହାଥରସ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲାର ଶୁଣାଣି ହେବ । ଏହି ଶୁଣାଣି ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ କରାଯିବ । ଏ ନେଇ କଡ଼ା ସୁରକ୍ଷା ମଧ୍ୟରେ ପୀଡ଼ିତାଙ୍କ ପରିବାର କୋର୍ଟରେ ହାଜର ହେବେ। ଏହି ମାମଲାରେ ଅବହେଳା ଅଭିଯୋଗରେ ସରକାର ଏବଂ ପୁଲିସର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଅଦାଲତ ପକ୍ଷରୁ ଡକାଯାଇଛି । ଶୁଣାଣି ପାଇଁ କଡ଼ା ସୁରକ୍ଷା ମଧ୍ୟରେ ପୀଡ଼ିତାଙ୍କ ପରିବାର ଲକ୍ଷ୍ନୌ ବାହାରି ସାରିଥିବା ନେଇ ଖବର ମିଳିଛି ।

ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ଏସକର୍ଟରେ ୬ଟି ଗାଡ଼ି ରହିଛି । ପୀଡ଼ିତାଙ୍କ ପରିବାର ସହ ଏସଡିଏମ ଅଞ୍ଜଳି ଗଙ୍ଗୱାର ମଧ୍ୟ ଲକ୍ଷ୍ନୌକୁ ଯାଉଛନ୍ତି । ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଅପରାହ୍ନ ୨.୩୦ରୁ ଶୁଣାଣି ଆରମ୍ଭ ହେବ ବୋଲି ଜଣା ପଡ଼ିଛି। ପୀଡ଼ିତାଙ୍କ ପରିବାର ସକାଳ ୬ଟାରେ ହାଥରସରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ଦିନ ୧୧ଟାରୁ ୧୨ଟା ସୁଦ୍ଧା ସେମାନେ ଲକ୍ଷ୍ନୌରେ ପହଞ୍ଚିବାର ସମ୍ଭାବନା ରହିଛି ।

publive-image

ସୂଚନା ମୁତାବକ, ପୁଲିସ ଟିମ୍ ପୀଡ଼ିତାଙ୍କ ପରିବାରକୁ ନେବା ପାଇଁ ରବିବାର ରାତିରେ ବୁଲଗାଡ଼ି ଗ୍ରାମରେ ପହଞ୍ଚିଥିଲେ। କିନ୍ତୁ ସେମାନେ ରାତିରେ ଯିବାକୁ ରାଜି ନ ହେବାରୁ ସେମାନଙ୍କୁ ଆଜି ସକାଳେ ଲକ୍ଷ୍ନୌ ନିଆଯାଉଛି । ପୁଲିସ ପହଞ୍ଚିବାକୁ ବିଳମ୍ବ କରିବା ପରେ ସୁରକ୍ଷା କାରଣ ଦର୍ଶାଇ ପୀଡ଼ିତାଙ୍କ ପରିବାର ରାତିରେ ଲକ୍ଷ୍ନୌ ଯିବାକୁ ମନା କରିଦେଇଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe