ଜାତିସଂଘରେ ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଭତ୍ସନା : ଭାରତରେ ଦଳିତ ମହିଳା ମାନଙ୍କ ପ୍ରତି ଲିଙ୍ଗଭେଦ ଆକାରରେ ବିପଦ ରହିଥିବା କହିଲେ ଭାରତର ଜାତିସଂଘ କୋଡିନେଟର ରେଟନାସ ଲୋକ ଡେସଲିୟାନ 

228

କନକ ବ୍ୟୁରେ : ମିଳିତ ଜାତିସଂଘରେ ଉଠିଲା ଉତରପ୍ରଦେଶ ହାଥରସର ଗଣଧର୍ଷଣ ଓ ହତ୍ୟା ମାମଲା । ସୋମବାର ଦିନ ଜାତିସଂଘ ବୈଠକରେ ଏନେଇ ଅସନ୍ତୁଷ ପ୍ରକାଶ କରିଛନ୍ତି ଭାରତର ଜାତିସଂଘ କୋଡିନେଟର ରେନାଟଶ ଲୋକ ଡେସଲିଆନ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଅନୁରାଗ ଶ୍ରୀବାସ୍ତବ କହିଛନ୍ତି କି ଭାରତରେ ୟୁନିୟନ ନିବାସୀ ସମନ୍ୱୟ ଭାରତରେ ମହିଳା ମାନଙ୍କ ବିରୋଧରେ ହୋଉଥିବା ହିଂସାର କିଛି ଘଟଣା ଉପରେ ଡେସଲିୟାନ ଅତ୍ୟାବଶକୀୟ ଟିପ୍ପଣୀ କରିଛନ୍ତି । ଏନେଇ ଶ୍ରୀବାସ୍ତବ କହିଛନ୍ତି କି ଜତେିସଂଘରେ ଯେଉଁମାନେ ଏହି ବାବଦରେ ଆଲୋଚନା କରିଥିଲେ ସେମାନେ ଜାଣିବା ଦରକାର ଯେ ହାଥରସ୍ ମାମଲାକୁ ସରକାର ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ଏହି ମାମଲାର ଯାଂଚ ଏବେ ସିବିଆଇ କରୁଥିବାରୁ ଏକ ବାହ୍ୟ ଏଜେନ୍ସି ଏହା ଉପରେ ଜାତିସଂଘରେ ଟିପ୍ପଣୀ କରିବାର ଆବଶ୍ୟକତା ନାହିଁ ।

ଶ୍ରୀବାସ୍ତବ କହିଛନ୍ତି କି, ଭାରତର ସମ୍ବିଧାନ ଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରୁଛି । ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତରେ ଘଟୁଥିବା ସମସ୍ତ ମାମଲାର ବିଚାର କରି ଦୋଷୀକୁ ଦଣ୍ଡ ଓ ଅଭିଯୁକ୍ତଙ୍କୁ ନ୍ୟାୟ ପ୍ରଦାନ କରାଯାଇଛି । ଆମ ବିରୋଧରେ ଜାତିସଂଘରେ ଏଭଳି ଟିପ୍ପଣୀ ଦେବା ଠିକ୍ ନୁହେଁ ।

ଜାତିସଂଘରେ ୟୁଏନ ଅଧିକାରୀ କହିଥିଲେ କି ଭାରତରେ ଦଳିତ ଶ୍ରେଣୀର ମହିଳା ମାନଙ୍କ ପ୍ରତି ଲିଙ୍ଗ ଆଧାରରେ ବିପଦ ରହିଛି । ଯାହାର ପ୍ରମାଣ ଉତରପ୍ରଦେଶର ହାଥରସ୍ ଓ ବଳରାମପୁର ଘଟଣାରୁ ସ୍ପଷ୍ଟ ହୋଇଛି । ଏହାପରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ କୌଣସି ଟିପ୍ପଣୀ ନଦେବାକୁ ସେ ଗ୍ରହଣ କରିପାରି ନହାନ୍ତି । ହେଲେ ମୁଖ୍ୟମନ୍ତ୍ରୀ ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଅପରାଧୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଟାନ ନେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ୟୁଏନ ଅଧିକାରୀ ସନ୍ତୁଷବ୍ୟକ୍ତ କରିଛନ୍ତି ।

କହିରଖୁ କି ଚଳିତବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ୟୁଏନଜିଏର ୭୫ ତମ ଅଧିବେସନ ଅନଲାଇନ ମାଧ୍ୟମରେ କରାଯାଉଛି । ଏହି ଅଧିବେସନ ସେପ୍ଟମ୍ବର ୧୫ ତାରିଖରୁ ଆରମ୍ଭ ହୋଇଛି । ଅନଲାଇନ ମାଧ୍ୟମରେ ସାରା ବିଶ୍ୱର ନେତା ମାନେ ନିଜର ଭାଷଣ ରେକର୍ଡ କରି ୟୁଏନଜିଏକୁ ପଠାଉଛନ୍ତି । ଭାରତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୬ ରେ ଏକ ଭାଷଣ ଦେଇଥିଲେ । ଏହି ୨୨ ମିନିଟର ଭାଷଣରେ ମିଳିତ ଜାତିସଂଘର ଗୁରୁତ୍ୱ ଉପରେ ପ୍ରଶ୍ନ କରିଥିଲେ । ଏହାସହ କରୋନା ମହାମାରୀ ବାବଦରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ କି ଏହି ମହାମାରୀରୁ ବିଶ୍ୱକୁ ଭାରତ ରକ୍ଷା କରିବ ଓ ଟୀକା କ୍ଷେତ୍ରରେ ବିଶ୍ୱକୁ ସର୍ବାଧିକ ଉତ୍ପାଦ ଯୋଗାଇବ । ଏହାସହ ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ଉପରେ ବି ସେ କହିଥିଲେ ।