କନକ ବ୍ୟୁରୋ: କୁହାଯାଉଛି, ଉପନିର୍ବାଚନରେ ବିଜେପିର ବଡ ବିପର୍ଯ୍ୟୟ ପରେ ତେଲରୁ ଦର କମାଇଛନ୍ତି କେନ୍ଦ୍ର ସରକାର । ପ୍ରାୟ ପ୍ରତ୍ୟେକ ଦିନ ଦର ବଢି ଚାଲିଥିଲା ଆଉ ତା ଭିତରେ ଆସିଥିଲା ହିମାଚଳ ପ୍ରଦେଶରେ ୪ଟି ବିଧାନସଭା ଉପନିର୍ବାଚନ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ବି ବିଜେପିକୁ ବିଫଳତାର ମୁହଁ ଦେଖିବାକୁ ପଡିଥିଲା । ହିମାଚଳର ମୁଖ୍ୟମନ୍ତ୍ରୀ ସିଧା କହିଥିଲେ, ଦରଦାମ ବୃଦ୍ଧି ପାଇଁ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି ।
ନିର୍ବାଚନ ଆସିଲେ ଦର ବୃଦ୍ଧିକୁ ଅଟକାଇବା ଏବଂ ନିର୍ବାଚନ ସରିବା ପରେ ତେଲ ଦର ବୃଦ୍ଧି ଜାରି ରଖିବା ସହ ଅଭ୍ୟସ୍ତ ହୋଇଥିବା ଦେଶବାସୀ ଶେଷରେ ଯେଉଁ ଚ୍ୟାଲେଞ୍ଜ ଏନଡିଏ ନେତୃତ୍ୱାଧୀନ ସରକାର ସାମ୍ନାକୁ ଆଣିଲେ ତାକୁ ଦେଖି କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଦର ଉପରୁ ଏକସାଇଜ୍ ଡ୍ୟୁଟି କମ୍ କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି । ଉପ-ନିର୍ବାଚନରେ ପରାଜୟ ପରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ୫ ଟଂକା ଏବଂ ୧୦ ଟଂକା ଉତ୍ପାଦନ ଶ୍ଲୁକ କମାଇଛନ୍ତି ବୋଲି ବିରୋଧୀ ବୟାନ ଦେଇଛନ୍ତି । ଆଗକୁ ୟୁପି, ପଂଜାବ ଏବଂ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି । ତେଣୁ ନେଡି ଗୋଡ କହୁଣୀକୁ ବୋହିଯିବା ପୂର୍ବରୁ ପ୍ରତିକାର ସ୍ୱରୂପ ସରକାର ଏକ୍ସାଇଜ ଡ୍ୟୁଟି କମାଇଥିବା ଚର୍ଚ୍ଚା ହେଉଛି ।
ତେବେ ବିରୋଧୀଙ୍କ ଦାବିକୁ କେନ୍ଦ୍ର ସରକାର ଖାରଜ କରିଛନ୍ତି । ଅର୍ଥ ମନ୍ତ୍ରାଳୟ କହିଛି ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ହ୍ରାସ ହେବାରୁ ଆଗାମୀ ରବୀ ଋତୁରେ ଏହା ଚାଷୀଙ୍କୁ ଉତ୍ସାହିତ କରିବ । ତେଲ ଦର ବୃଦ୍ଧି ହେଉଥିବାରୁ ମୁଦ୍ରାସ୍ପୀତି ଚାପରେ ଥିଲା । ଏହାକୁ ନେଇ ଚିନ୍ତାରେ ଥିଲା ଆରବିଆଇ । ତେଣୁ ଅର୍ଥନୀତିକୁ ଉତ୍ସାହିତ କରିବାକୁ ଯାଇ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଉତ୍ପାଦନ ଶ୍ଳୁକ କମାଇଛନ୍ତି ।
ସବୁଠାରୁ ବଡ କଥା ହେଲା ଏବେ ବି ଅଶୋଧିତ ତେଲ ଦର କମିନାହିଁ । ଆଗାମୀ ଦିନରେ ଏଥିରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହୁଛି । ଏଭଳି ସ୍ଥଳେ ଏକସାଇଜ୍ ଡ୍ୟୁଟି କମାଇ ଖାଉଟିଙ୍କୁ ସାମୟିକ ରିହାତି ଦେଇଥିବା ସରକାର କିଭଳି ଆଗାମୀ ଦିନରେ ଦରକୁ ନିୟନ୍ତ୍ରଣରେ ରଖିବାକୁ ପଦକ୍ଷେପ ନେଉଛନ୍ତି ତାଉପରେ ନଜର ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/vlcsnap-2021-11-04-19h46m59s237.png)