ରାଜ୍ୟରେ ବଢ଼ିଛି କି ଅଣ ସଂକ୍ରମଣ ରୋଗ? ଜାଣନ୍ତୁ, କଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

132

କନକ ବ୍ୟୁରୋ: ରାଜ୍ୟରେ ତୃତୀୟ ଲହର ପ୍ରଭାବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏନେଇ ସେ କହିଛନ୍ତି, ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ ସେମିତି ପଡି ନ ପାରେ । ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ । ସେହି ଟ୍ରେଣ୍ଡ କୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବା ।

ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ ଆମେ ଭଲ ସ୍ଥିତିରେ ରହିଛେ । ସେରୋସର୍ଭେ ରିପୋର୍ଟ ବହୁତ ଭଲ ଆସିଛି । ରିପୋର୍ଟ ଅନୁଯାୟୀ ସମସ୍ତ ବର୍ଗର ଲୋକମାନଙ୍କର ଆଣ୍ଟିବଡ଼ି ଭଲ ରହିଛି । ହେଲଥ କେୟାର ମାନଙ୍କର ୯୩ ପ୍ରତିଶତ, ଜେନେରାଲ ଲୋକଙ୍କର ୭୩ ପ୍ରତିଶତ, ଏହା ବାଦ ଯୁବ ବର୍ଗ, ବରିଷ୍ଠ ଏବଂ ଶିଶୁ ମାନଙ୍କର ଯାହା ଆଣ୍ଟିବଡ଼ି ରହିଛି ତାହା ଆମ ପାଇଁ ବହୁତ ଭଲ ରହିଛି । ଟୀକା ନେଇଥିବା ଲୋକଙ୍କର ବି ଏଥିରେ ଭଲ ଆଣ୍ଟିବଡ଼ି ରହୁଥିବା ଜଣାପଡିଛି ।

ଏହା ଦ୍ୱାରା ଆମେ ଜାଣି ପରିଲୁ ଯେ ଆମର ସମସ୍ତଙ୍କ ଦେହରେ ଆଣ୍ଟିବଡ଼ି ହେଲାଣି,ଭ୍ୟାକ୍ସିନେସନ ଡ୍ରାଇଭ କାମ କରୁଛି ଓ କୋଭିସିଲିଡ଼ ଏବଂ କୋଭାସ୍କିନ ଭିତରେ କିଛି ଫରକ ନଥିବା ଏହି ରିପୋର୍ଟରୁ ଜଣା ପଡ଼ିଛି । ଏହା ବାଦ ଗ୍ରାମାଞ୍ଚଳରେ ବି ଭଲ ଅଣ୍ଟିବଡୀ ଡେଭଲପ ହୋଇଛି । ଯାହା ଏବେ ସଂକ୍ରମଣର ସ୍ଥିତି ରହିଛି ତାହା କଣ୍ଟ୍ରୋଲେବୁଲରେ ରହିଛି । ମାତ୍ର ଏହା ପରେ ଆମେ ଖାମ ଖିଆଲ ହେବାନି । ଆଗକୁ ପାର୍ବଣ ଋତୁ ଆସୁଛି । ସାମାଜିକ ଦୂରତା ଓ କଟକଣା ମାନିବାକୁ ହେବ । ତୃତୀୟ ଲହର ଯେତେ ଯାହା କୁହାଯାଉଥିଲା ସେମିତି ବର୍ତ୍ତମାନ ସୁଦ୍ଧା ନାହିଁ । ଆଶା କରିବା ଆମେ ଭଲ ସ୍ଥିତିରେ ରହିବା ।

ରାଜ୍ୟରେ ଅଣ ସଂକ୍ରମଣ ରୋଗ ବଢ଼ିଛି କି ?

ସେମିତି କିଛି ଆମର ଅଣ ସଂକ୍ରମଣ ରୋଗ ବଢି ନାହିଁ । ଆମେ ଇନିଟିଗ୍ରେଟେଡ଼ ସର୍ଭିଲାନ୍ସ କଲୁ । ଆମର ସର୍ଭିଲାନ୍ସ ଚାଲିଥିଲା । ଯାହା ଦ୍ୱାରା କିଛି ଡ଼ିଟେକସନ ହେଲେ । କେସ ତ ରହିଛି । କେସ ପର୍ସଣ୍ଟଯେ ଅଧିକ ହୋଇପାରେ । ସେମିତି କହି ପାରିବାନି ଯେ ରାଜ୍ୟରେ ଅଣ ସଂକ୍ରମଣକ ରୋଗ ବଢି ଗଲା ବୋଲି ।