କନକ ବ୍ୟୁରୋ: ଅଶ୍ଳୀଳ ଭିଡ଼ିଓ କଲ ଜାଲରେ ପଡିଛନ୍ତି ଯନ୍ତ୍ରୀ । ଜଣେ ଯୁବତୀଙ୍କୁ ଭିଡିଓ କଲ କରି ଫସିବା ପରେ ବାରମ୍ବାର ଟଙ୍କା ଦେଇଚାଲିଥିଲେ ଯନ୍ତ୍ରୀ ଜଣକ । ଠକାମୀର ଶିକାର ହୋଇ ୬ଲକ୍ଷ ଟଙ୍କା ଦେବା ପରେ ଥାନାରେ ଅଭିଯୋଗ କରିଛନ୍ତି ଯନ୍ତ୍ରୀ ଜଣକ । ଗଜପତି ଗୁମ୍ମାର ଜଣେ ସରକାରୀ କନିଷ୍ଠ ଯନ୍ତ୍ରୀ ସେରଙ୍ଗଥାନାରେ ଏହି ଅଭିଯୋଗ କରିଛନ୍ତି । ତାଙ୍କର ଅଭିଯୋଗ ଅନୁସାରେ ଯୁବତୀ ଜଣକୁ ଥାନାରେ ହାଜର ହେବାକୁ ନୋଟିସ କରାଯାଇଛି । ସେହିଭଳି ଯୁବତୀଙ୍କ ମାଧ୍ୟମରେ ଟଙ୍କା ଆଦାୟ କରୁଥିବା ଯୁବକ ଜଣଙ୍କୁ ଗିରଫ କରିଛି ପୁଲିସ । ଯୁବକ ଜଣକ ହେଉଛି ରାୟଗଡା ଜିଳ୍ଲାର ଭି.ନିଖିଳେଶ । ତେବେ ଏହି ଘଟଣା ନେଇ ଅଧିକ ଛାନଭିନ୍ ଜାରି ରହିଛି ।
ଅଶ୍ଳୀଳ ଭିଡ଼ିଓ କଲ ଜାଲରେ ପଡିଛନ୍ତି ଯନ୍ତ୍ରୀ। ଯୁବତୀଙ୍କୁ ଭିଡ଼ିଓ କଲ କରି ୬ଲକ୍ଷ ଗଣିବା ପରେ ଥାନାରେ ଏତଲା।
/kanak/media/post_attachments/wp-content/uploads/2022/10/seranaga.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)