କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲାଙ୍କ ଫେସବୁକ୍ ପୋଷ୍ଟ । କହିଲେ, ଜଣେ ଅଭିନେତାଙ୍କ ପତ୍ନୀଙ୍କୁ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଲେ ଜାଗ୍ରତି । ଅଭିନେତାଙ୍କ ଅସୁସ୍ଥ ବୃଦ୍ଧ ପିତା-ମାତା ଦେଢବର୍ଷ ହେଲା ଭଡା ଘରେ ରହୁଛନ୍ତି । ସାଇଭାଇଙ୍କ ପତ୍ନୀ ଓ ଛୋଟପିଲା ବି ଭଡାଘରେ ଅଛନ୍ତି । ପୈତୃକ ଘରେ କେବଳ ଅଲଗା ହୋଇଥିବା ପତ୍ନୀ ରହୁଛନ୍ତି । କେହି ଭାବୁଛନ୍ତି କି ସେମାନେ ଖୁସିରେ ଅଛନ୍ତି କି ନାହିଁ । ଏ ପ୍ରସଙ୍ଗରେ କୌଣସି ମିଡିଆ ଏଯାଏଁ ପ୍ରଶ୍ନ ଉଠାଉନି କାହିଁକି ?

Advertisment

ପୂର୍ବରୁ ଜାଗ୍ରତିଙ୍କ ଆଉ ଏକ ଫେସବୁକ ପୋଷ୍ଟ । ଯେଉଁଥିରେ ଜାଗ୍ରତି ଲେଖିଥିଲେ, ମୁଁ ଜାଣିବାକୁ ପାଇଲି ଜଣେ ସାଂସଦଙ୍କ ପତ୍ନୀ ବାହାଘର ସାର୍ଟିଫିକେଟ, ପାସପୋର୍ଟ, ପ୍ୟାନକାର୍ଡ, ବ୍ୟାଙ୍କ ଆକାଉଂଟ, ଆୟକର ଦାଖଲ ଭଳି ସମସ୍ତ ଡକୁମେଂଟରେ ଭିନ୍ନ ଭିନ୍ନ ନାଁ ଉଲ୍ଲେଖ କରିଛନ୍ତି । ଏଥିସହ ଆହୁରି ମଧ୍ୟ ଜାଣିବାକୁ ପାଇଲି ଯେ, ସେ ନିଜ ଅଭିଭାବକଙ୍କ ସାଙ୍ଗିଆକୁ ମଧ୍ୟ ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଅଲଗା ଭାବେ ବ୍ୟବହାର କରିଛନ୍ତି । ଏହାକୁ କଣ ଠକାମୀ ଭାବେ ଗ୍ରହଣ କରାଯିବନି ? ସେ କଣ ତଦନ୍ତ ପରିସରଭୁକ୍ତ ହେବା ଉଚିତ ନୁହେଁ ? ନା ସେ ସାଂସଦଙ୍କ ପତ୍ନୀ ଭାବେ ଏଥିରୁ ମୁକ୍ତି ପାଇଯିବେ ? ସାଂସଦଙ୍କ ପତ୍ନୀ ଭାବେ କଣ ସେ ସମସ୍ତ ସୁବିଧା ସୁଯୋଗ ପାଇବା ଉଚିତ ?

ପୂର୍ବରୁ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ସଂସଦରେ ବର୍ଷାଙ୍କୁ ଯେଉଁ ସୁବିଧା ସୁଯୋଗ ମିଳୁଥିଲା ତାକୁ ବାତିଲ କରିବାକୁ ଦାବି କରିଥିଲେ । ଏପରିକି ମିଛ ତଥ୍ୟ ଓ ଡକ୍ୟୁମେଂଟ ବର୍ଷା ଦେଇଥିବା ନେଇ ଲୋକସଭା ସେକ୍ରେଟେରିଏଟକୁ ଅନୁଭବ ଜଣାଇଥିଲେ । ଯେହେତୁ ଉଭୟ ଅନୁଭବଙ୍କ ପୁରୁଣା ବକ୍ତବ୍ୟ ଏବଂ ଜାଗ୍ରତିଙ୍କ ପୋଷ୍ଟରେ ସମାନତା ରହିଛି, ତେଣୁ ଜାଗ୍ରତିଙ୍କ ଫେସବୁକ ପୋଷ୍ଟ ବର୍ଷାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଥିଲା । ଆଉ ଏବେ ବର୍ଷା ଜାଗ୍ରତିଙ୍କ ନାଁରେ ଏତଲା କରିବା ପରେ ଆଗାମୀ ଦିନରେ ଏହି ବିବାଦ ଆହୁରି ବଢିବାର ଅନୁମାନ କରାଯାଉଛି । ଜାଗ୍ରତି ଶୁକ୍ଳା ପୂର୍ବରୁ ଏକ ଜାତୀୟ ଟେଲିଭିଜନ ଚ୍ୟାନେଲର ଆଙ୍କର ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ ସେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟରେ କାମ କରୁଥିବା ନିଜ ଫେସବୁକ ବାଇଓରେ ଲେଖିଛନ୍ତି ।