ନିଶା ଖୁଆଇଲେ, ୩ ଜିଲ୍ଲା ବୁଲାଇଲେ, ୧୨ ଜଣ ଦୁଷ୍କର୍ମ କଲେ । ଏଭଳି ଅପରାଧୀଙ୍କୁ କେଉଁ ଦଣ୍ଡ ମିଳିବା ଦରକାର?

Advertisment
ନିଶା ଖୁଆଇଲେ, ୩ ଜିଲ୍ଲା ବୁଲାଇଲେ, ୧୨ ଜଣ ଦୁଷ୍କର୍ମ କଲେ । ଏଭଳି ଅପରାଧୀଙ୍କୁ କେଉଁ ଦଣ୍ଡ ମିଳିବା ଦରକାର?

livdose.com

ଦିନ ଦି’ପହରେ ଜଣେ ଝିଅକୁ ଅପହରଣ କରି, ନିଶା ଖୁଆଇ ହରିୟାଣାର ଗାଡ଼ିରେ ତିନିଟି ଜିଲ୍ଲା ବୁଲାଇବା ପରେ ୧୨ ଜଣ ଲୋକ ତା’ ସହ ଦୁଷ୍କର୍ମ କରିଛନ୍ତି।

ରେଓ୍ଵାରି ଅନ୍ତର୍ଗତ କୋସଲି ଗାଁ’ର ପୀଡ଼ିତା ୨୦୧୬ରେ ନିଜ ଶିକ୍ଷାଗତ କୃତ୍ୱିତ୍ୱ ନିମନ୍ତେ ନିକଟ ଅତୀତରେ ଜାତୀୟ ଖବରକାଗଜ ଗୁଡ଼ିକରେ ମୁଖ୍ୟ ଶିରୋନାମା ମଣ୍ଡନ କରିଥିଲେ।

ଗୁରୁବାର ଅପରାହ୍ଣ ୪ଟାରେ କୋଚିଙ୍ଗ୍ କ୍ଲାସ୍ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ମହେନ୍ଦ୍ରଗଡ଼ର କନିନା ବସଷ୍ଟାଣ୍ଡରୁ ତିନିଜଣ କଲେଜ ଛାତ୍ର ତାଙ୍କୁ ଅପହରଣ କରି ନେଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ନିଶା ଖୁଆଇ ଗାଡ଼ିରେ ବସାଇ ଝାଜ୍ଜର ସୀମାନ୍ତ ନିକଟରେ ଥିବା ବିଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କର ସହଯୋଗୀମାନେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ତାଙ୍କ ସହ ପ୍ରାୟ ୧୨ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା କଥା ପୀଡ଼ିତା ମନେପକାଇ କହୁଛନ୍ତି। ପରେ ସେମାନେ ତଥାପି ନିଶାସକ୍ତ ଥିବା ସେ ଝିଅକୁ କାନିନାର ଯେଉଁ ବସଷ୍ଟାଣ୍ଡରୁ ନେଇଥିଲେ ସେଠାରେ ଫିଙ୍ଗି ଦେଇଥିଲେ। ତା’ପରେ ଅଭିଯୁକ୍ତମାନେ ଝିଅ ଘରକୁ ଫୋନ୍ କରି ବାପମାଆଙ୍କୁ ଖବର ଦେଇଥିଲେ କି, ସେମାନଙ୍କ ଝିଅ ଚେତା ହରାଇ ବସଷ୍ଟାଣ୍ଡରେ ପଡ଼ିଛି। ପରିବାର ଲୋକେ ଝିଅକୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ନେଇଯିବାରୁ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା କଥା ଡାକ୍ତରମାନେ କହିଥିଲେ। ରେଓ୍ଵାରି ଥାନାରେ ଏକ ଜିରୋ ଏଫଆଇଆର୍ ରେଜିଷ୍ଟ୍ରି କରାଯାଇ ପରେ ତାହାକୁ କନିନା ଥାନାକୁ ପଠାଇ ଦିଆଯାଇଛି।

କ୍ଷୋଭର କଥା, ଘଟଣା ତାଙ୍କ ଅଞ୍ଚଳରେ ଘଟିନାହିଁ କହି କନିନା ଥାନା ଏଫଆଇଆର୍ ଫେରାଇ ଦେଲା। ତିନି ଅପହର୍ତ୍ତାଙ୍କୁ ସେ ଝିଅ ଚିହ୍ନିଥିଲେ ବି ସେମାନଙ୍କୁ ଗିରଫ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe