ହରିୟାଣାରେ ଏକାକୀ ସରକାର ଗଢିବ ବିଜେପି ।  ଆଜି ଅପରାହ୍ନ ୫ଟାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ନେଇ ରହିଛି ସୂଚନା 

68

କନକ ବ୍ୟୁରୋ: ହରିୟାଣା ରାଜନୀତିରେ ହଇଚଇ ପରିସ୍ଥିତି । ଜନନାୟକ ଜନତା ପାର୍ଟି( ଜେଜେପି)ଠାରୁ ରାଜ୍ୟ ବିଜେପିର ମେଣ୍ଟ ଭାଙ୍ଗିବା ପରେ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ପୁରା କ୍ୟାବିନେଟ୍ । ଇସ୍ତଫା ପରେ ପୁଣି ଥରେ  ରାଜ୍ୟରେ ବିଜପି  ଏକାକୀ ସରକାର ଗଢିବ ବୋଲି ସୂଚନା ରହିଛି । ଜେଜେପିଠାରୁ ମେଣ୍ଟ ଭାଙ୍ଗିବା ପରେ କିଛି ସ୍ୱାଧୀନ ବିଧାୟକ ଖଟ୍ଟରଙ୍କୁ ସମର୍ଥନ ଜଣାଇ ତାଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଏହାସହ ଅବିଳମ୍ବେ ଆଜି ଅପରାହ୍ନ ୫ଟା ସମୟରେ ପୁଣିଥରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର ସୂଚନା ରହିଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ତାରି ଉପରେ ସମସ୍ତଙ୍କ ନଜର ।

ସୂଚନା ମୁତାବକ, ମନୋହର ଲାଲ ଖଟ୍ଟର ରାଜଭବନ ଯିବା ପୂର୍ବରୁ କିଛି ନିର୍ଦ୍ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ । ତାଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଭିଜ୍ । ଏପରି ସ୍ଥଳେ ଅନୀଲ ଭିଜ୍ ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି ।