କନକ ବ୍ୟୁରୋ: ଓଡ଼ିଶାରେ ହରରିୟାଣା ପୋଲିସର ଦବଙ୍ଗଗିରି । ସାମ୍ବାଦିକଙ୍କୁ ଠେଲାପେଲା କରିବା ସହ ମୁଣ୍ଡରେ ବନ୍ଧୁକ ଲଗାଇଲେ । ବାଲେଶ୍ୱର ଖନ୍ତାପଡ଼ାରୁ ଆସିଛି ଏପରି ଦୃଶ୍ୟ । ତଦନ୍ତ ପାଇଁ ହରିୟାଣା ପୋଲିସ୍ ଖନ୍ତାପଡ଼ାର ଷଷ୍ଠୀ ଗାଁକୁ ଆସିଥିଲା । ଏକଥା ଜାଣି ସାମ୍ବାଦିକମାନେ ସେଠାରେ ପହଂଚି ଫଟୋ ଉଠାଇଥିଲେ । ହେଲେ ଏହାକୁ ନେଇ ରାଗିଯାଇଥିଲେ ହରିୟାଣା ପୋଲିସର ଅଧିକାରୀ ।
ପ୍ରଥମେ ପୋଲିସ୍ ଅଧିକାରୀ ଜଣକ ସାମ୍ବାଦିକଙ୍କୁ ପେଲାଠେଲା କରୁଛନ୍ତି, ଆଉ ହାତରେ ଧରିଛନ୍ତି ବନ୍ଧୁକ । ଏହି ଘଟଣାପରେ ନ୍ୟାୟ ଦାବିରେ ଗଣମାଧ୍ୟମର ପ୍ରତିନିଧିମାନେ ଧାରଣାରେ ବସିଛନ୍ତି । ଖନ୍ତାପଡ଼ା ଥାନାରେ ମଧ୍ୟ ଏନେଇ ଅଭିଯୋଗ କରାଯାଇଛି । ସଦର ଏସଡିପିଓ ଘଟଣାସ୍ଥଳରେ ପହଂଚି ସ୍ଥିତି ବୁଝୁଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/18-17.jpg)