କନକ ବ୍ୟୁରୋ : ହରିୟାଣାର ନୁହ ଓ ସୋନିପତରେ ଧାର୍ମିକ ଶୋଭାଯାତ୍ରାକୁ ନେଇ ପୁଣି ଉତେଜନା ଖେଳିଯାଇଛି । ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ନୁହରେ ଶ୍ରାବଣର ଶେଷ ସୋମବାରରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଜଳାଭିଷେକ ଯାତ୍ରା ଘୋଷଣା ପରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କା ଦେଖା ଦେଇଛି ।

Advertisment

ଅନ୍ୟପଟେ ପ୍ରଶାସନ ମନ୍ଦିରରେ ପୂଜାର୍ଚ୍ଚନାକୁ ଅନୁମତି ଦେଇଥିବା ବେଳେ ଧାର୍ମିକ ଶୋଭାଯତ୍ରାକୁ ଅନୁମତି ଦେଇ ନାହିଁ । ହେଲେ ବିଶ୍ୱହିନ୍ଦୁ ପରିଷଦ ଜିଦ ଧରିଥିବାରୁ ଅଘଟଣ ଆଶଙ୍କା କରି ପ୍ରଶାସନ ପକ୍ଷରୁ ନୁହ ଓ ସୋନିପତରେ ୧୪୪ ଧାରା ଜାରି କରାଯାଇଛି । କୌଣସି ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ ରୋକ ଲଗାଇଛି ସ୍ଥାନୀୟ ପ୍ରଶାସନ । ଏଥିସହ ଗୁଜବ ପ୍ରଚାର ରୋକିବାକୁ ଆସନ୍ତା ୨୮ ତାରିଖ ଯାଏଁ ଇଣ୍ଟରନେଟ ସେବା ବନ୍ଦ କରିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ପାଇଁ ବନ୍ଦ ଘୋଷଣା କରାଯାଇଛି ।

ସେପେଟ ରାଜ୍ୟ ଓ ଜିଲ୍ଲାର ସୀମାକୁ ସିଲ କରି କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଏହାଛଡା ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ ସହାୟତାରେ ନଜର ରଖିଛି ପୋଲିସ ପ୍ରଶାସନ । ସୀମାରେ କଡା ଚେକିଂ କରି ଗାଡିଗୁଡିକୁ ଛଡା ଯାଉଛି । ନୁହରେ ବାହାରର କୌଣସି ବ୍ୟକ୍ତିକୁ ଛଡା ଯାଉନାହିଁ ।