କନକ ବ୍ୟୁରୋ : ଗୋଟିଏ ପଟେ ଦେଶରୁ ମଦ ବ୍ୟାନ ବା ବନ୍ଦ କରିବା ପାଇଁ ବିଭିନ୍ନ ସଂଗଠନମାନେ ଦାବି କରୁଥିବା ବେଳେ ହରିଆଣା ସରକାର ନୂଆ ନିୟମ ପ୍ରଣୟନ କରି ସମସ୍ତଙ୍କୁ ନିରାଶ କରିଛନ୍ତି । ହରିଆଣାରେ ଖଟ୍ଟର ସରକାର ରାଜ୍ୟର ଅବକାରୀ ନୀତି ପରିବର୍ତ୍ତନ କରିଛନ୍ତି । ଏହି ନିୟମ ମୁତାବକ ଏବେ ଅଫିସ ଭିତରକୁ ମଦ ପ୍ରବେଶ ନେଇ ଅନୁମତି ଦେଇଛନ୍ତି । ଏବେ କର୍ମଚାରୀମାନେ ଅଫିସ ଭିତରକୁ ମଦ ମଗାଇ ପିଇ ପାରିବେ । ହେଲେ ମାତ୍ରାଧିକ ମଦ୍ୟପାନ କରିବାକୁ ଅନୁମତି ମିଳିନାହିଁ ।

Kanak News is now on WhatsApp
Join and get latest news updates delivered to you via WhatsApp
ହରିଆଣା ସରକାରଙ୍କର ଏହି ନିୟମ ଜୁନ ୧୨ ତାରିଖ ଠାରୁ ଲାଗୁ ହେବାକୁ ଯାଉଛି । ଅବକାରୀ ନୀତି ୨୦୨୩-୨୪ କ୍ରମରେ ରାଜ୍ୟରେ ଥିବା ବଡ ବଡ କର୍ପୋରେଟ ଅଫିସକୁ କମ୍ ଆଲକହଲ ଥିବା ମଦ ଯେଭଳି କି, ବିଅର, ୱାଇନ ଭଳି ବ୍ରାଣ୍ଡ ନେଇଯାଇପାରିବେ କର୍ମଚାରୀ । ଏହାସହ ୫ ହଜାର କର୍ମଚାରୀ କାମ କରୁଥିବା କର୍ପୋରେଟ ଅଫିସ ମଧ୍ୟକୁ ଏହା ନେଇ ପାରିବେ ବୋଲି ଅନୁମତି ଦିଆଯାଇଛି ।
ନୂଆ ଅବକାରୀ ନୀତି ମୁତାବକ କର୍ପୋରେଟ ଅଫିସକୁ ଆଲକହଲ ଯୋଗାଣ ପାଇଁ ଏକ ଲାଇସେନ୍ସ ନେବାକୁ ପଡିବ । ଏହି ଲାଇସେନ୍ସ ପାଇଁ ଯୋଗାଣକାରୀଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ ।
କହିରଖୁ କି, ହରିଆଣା ମନ୍ତ୍ରୀମଣ୍ଡଳ ମଙ୍ଗଳବାର ଦିନ ନୂଆ ଅବକାରୀ ନୀତି ୨୦୨୩-୨୪କୁ ମଞ୍ଜୁରୀ ଦେଇଛନ୍ତି । ଏହି ନୂଆ ଅବକାରୀ ନୀତିରୁ ଆସିବାକୁ ଥିବା ଟିକସରୁ ୪୦୦ କୋଟି ଟଙ୍କା ଯୋଗାଡ କରାଯିବ । ଯାହା କି, ରାଜ୍ୟର ପରିବେଶ ଓ ପଶୁ କଲ୍ୟାଣ ଫଣ୍ଡକୁ ଦିଆଯିବା । ଏହାସହ ଦେଶୀମଦ ଓ ବିଦେଶୀମଦ ଉପରେ ଉତ୍ପାଦ ଶ୍ଳୁକକୁ ସାମନ୍ୟ ବୃଦ୍ଧି କରାଯାଇଛି ।