ପୋଲିସର ଲାଠିଚାର୍ଜ, ଚାଷୀଙ୍କ ମହାପଞ୍ଚାୟତ । କର୍ଣ୍ଣାଲରେ ତେଜିଲା ଚାଷୀ ଆନ୍ଦୋଳନ ।

60

କନକ ବ୍ୟୁରୋ: ହରିୟାଣା କର୍ଣ୍ଣାଲରେ ତୃତୀୟ ଦିନରେ ପହଂଚିଲା ଚାଷୀଙ୍କ ମହାପଂଚାୟତ । ଆନ୍ଦୋଳନ ବେଳେ ଲାଠିଚାର୍ଜ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ ଆୟୂଷ ସିହ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଛନ୍ତି ଚାଷୀ । ତେଣୁ ଗୁଜବ ପ୍ରଚାର ରୋକିବା ସହ ଆଇନଶୃଙ୍ଖଳା ପରିସ୍ଥିତକୁ ଆଖିରେ ରଖି ଇଣ୍ଟରରନେଟ ସେବା ବ୍ୟାନ କରାଯାଇଥିବା କହିଛନ୍ତି ହରିୟାଣା ସରକାର । କର୍ଣ୍ଣାଲରେ ମୋବାଇଲ ଇଣ୍ଟରରନେଟ ଓ ଏସଏମଏସ ସର୍ଭିସକୁ ସସପେଣ୍ଡ କରିଦିଆଯାଇଛି । ବୁଧବାର ଦିନ ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ତେବେ ଜିଲ୍ଲାପାଳଙ୍କ ବହିଷ୍କାର ନକରିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛନ୍ତି ।

ଅଗଷ୍ଟ ୨୮ରେ ଚାଷୀଙ୍କ ଉପରେ ହୋଇଥିବା ପୋଲିସର ଲାଠିଚାର୍ଜକୁ ବିରୋଧ କରି କୃଷକ ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି । ପୁଲିସ ଅଧିକାରୀଙ୍କୁ କର୍ଣ୍ଣାଲ ଜିଲ୍ଲାପାଳ ଆୟୁଷ ସିହ୍ନା, ଚାଷୀଙ୍କ ମୁଣ୍ଡ ଫଟେଇ ଦେବାକୁ ନିର୍ଦ୍ଦେଶ ଦେଉଥିବା ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି । ଚାଷୀଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ପଂଜାବ ଓ ଅନ୍ୟାନ୍ୟ ସ୍ଥାନ ସମେତ କର୍ଣ୍ଣାଲରେ ଆନ୍ଦୋଳନ ଜାରି ରହିବ ବୋଲି ଚେତାଇ ଦେଇଛି ସଂଗଠନ ।