ଟ୍ରକ୍ ଡ୍ରାଇଭର୍ ରୁପେ କାମ କରୁଥିବା ଜଣେ ସଚ୍ଚୋଟ କର୍ମଚାରୀଙ୍କୁ ଥରେ ସହକର୍ମୀ ରାଗବଶତଃ ଅପାନ୍ତ ଅଞ୍ଚଳରେ ଛାଡିଦେଲେ । ୨ ରୁ ୩ ଦିନ ଅଖିଆଅପିଆ ଅବସ୍ଥାରେ ବୁଲି ଉକ୍ତ ବ୍ୟକ୍ତି ଜଣକ ଯେତେବେଳେ ଗୋଟିଏ ରେଲୱେ ଷ୍ଟେସନରେ ପହଁଚିଲେ ଜଣେ ବ୍ୟକ୍ତିଙ୍କୁ ପୁରୀ ଖାଉଥିବା ଦେଖି ତାଙ୍କୁ ପୁରୀ ମାଗିଥିଲେ । ବ୍ୟକ୍ତିଜଣକ ଥରେ ତ ପୁରୀ ଦେଇଦେଲେ କିନ୍ତୁ ଦ୍ୱିତୀୟଥର ମାଗିଲା ବେଳକୁ ସେ ବ୍ୟକ୍ତିଙ୍କୁ ଗାଳିଗୁଲଜ କରି ସେଠାରୁ ଘଉଡାଇ ଦେଇଥିଲେ । ୧୯୭୮ ମସିହାର ଏହି ଘଟଣା ଆଜି ମଧ୍ୟ ୬୦ ବର୍ଷୀୟ ଦେବ ଗୋସ୍ୱାମୀଙ୍କ ଆଖିରେ ଅଶ୍ରୁ ଆଣିଦେଉଛି । କିନ୍ତୁ ସେ ଏଥିପାଇଁ ନିଜ ସହକର୍ମୀଙ୍କୁ ଗାଳି କରିବା ବଦଳରେ ଧନ୍ୟବାଦ କରିଛନ୍ତି କାରଣ ତାଙ୍କ ଯୋଗୁଁ ହିଁ ସେ ଏବେ ଅସହାୟଙ୍କ ପାଇଁ ଦେବତା ପାଲଟିଛନ୍ତି । କେତେବେଳେ ନିଜ ପେଟର ଜ୍ୱାଳାର ଅସହନୀୟତାକୁ ସେ ଏହି ଅସହାୟଙ୍କ ମଧ୍ୟରେ ଦେଖୁଛନ୍ତି ।
ହରିୟାଣାର ସୋନିପତ୍ ଜିଲ୍ଲାର ଗତ୍ତୋର ଗାଁର ଦେବଦାସ ଗୋସ୍ୱାମୀ ପାଖାପାଖି ୩୫ ବର୍ଷ ହେଲାଣି ଅସହାୟ ଏବଂ ବେସାହାରା ଲୋକଙ୍କୁ ଖାଦ୍ୟ,କପଡା ଏବଂ ରହିବା ପାଇଁ ଛାତ ଦେଉଛନ୍ତି । ‘ଦେବୋ ଆଶ୍ରମ’ ନାଁରେ ସେ ଗତ୍ତୋର ଏବଂ ଦ୍ୱାରକାରେ ୨ ଟି ସେଲଟର୍ ହୋମ୍ ଚଲାଉଛନ୍ତି । ଗତ୍ତୋରରେ ୧୦୦ ଜଣ ଅସହାୟ ରହୁଥିବା ବେଳେ ଦ୍ୱାରକାରେ ୮୦ ଜଣ ଲୋକଙ୍କ ପାଳନପୋଷଣ କରୁଛନ୍ତି ଏହି ଟ୍ରକ୍ ଡ୍ରାଇଭର୍ । ବେସାହାର , ଭୋକିଲା ଏବଂ ମାନସିକ ସ୍ତରରେ ହାରିଯାଇଥିବା ଲୋକମାନେ ଭିକ ମାଗି ସଡକର ଏପଟେ ସେପଟେ ବୁଲିଥାନ୍ତି ଏବଂ ଏଭଳି ଲୋକଙ୍କୁ ଦେଖିବା ମାତ୍ରେ ଦେବଦାସ୍ ତାଙ୍କୁ ନିଜ ସେଲଟର୍ ହୋମ୍ ନେଇଆସନ୍ତି ।
ଦେବଦାସ କୁହନ୍ତି , ଏଭଳି ଲୋକଙ୍କୁ ସେଲଟର୍ ହୋମ୍ ଆଣିବା ପରେ ତାଙ୍କୁ ପ୍ରଥମେ ଆଇନା ଦେଖାଯାଏ । ଏହାପରେ ତାଙ୍କର ଚୁଟି ଏବଂ ଦାଢି କଟାଯାଏ , ଗାଧୋଇ ଦିଆଯାଏ ଏବଂ ନୂଆ ପୋଷାକ ପିନ୍ଧାଇ ଦିଆଯାଏ । ଏହାପରେ ପୁଣିଥରେ ତାଙ୍କୁ ଆଇନା ଦେଖାଯାଏ । ଆଇନା ଦେଖିବା ପରେ ତାଙ୍କ ମୁହଁରେ ଯେଉଁ ହସ ଆସେ ତାହା ମନକୁ ଶାନ୍ତି ଦିଏ ଏବଂ ଏହି ଅସହାୟ ମଣିଷକୁ ପୁନର୍ବାର ନୂତନ ଜୀବନ ଗଢିବାକୁ ପ୍ରେରଣା ଦେଇଥାଏ ।
କେବଳ ଅସହାୟ ନୁହଁ , ପଶୁପକ୍ଷୀ ଏବଂ ମୃତ ଲୋକଙ୍କ ଅନ୍ତିମ ସଂସ୍କାର ମଧ୍ୟ ଦେବ ଗୋସ୍ୱାମୀ କରନ୍ତି । ଏଭଳି ମହତ୍ କାମରେ ତାଙ୍କ ଧର୍ମପତ୍ନୀ ତାରା ଗୋସ୍ୱାମୀ ମଧ୍ୟ ତାଙ୍କୁ ସପୋର୍ଟ କରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/DEB.jpg)
/kanak/media/post_attachments/wp-content/uploads/2019/10/IMG-20170114-WA0044-225x300.jpg)
/kanak/media/post_attachments/wp-content/uploads/2019/10/6S1A2688_im7ill_1543469207-300x225.jpg)
/kanak/media/post_attachments/wp-content/uploads/2019/10/IMG-20170310-WA0050-225x300.jpg)
/kanak/media/post_attachments/wp-content/uploads/2019/10/IMG-20170204-WA0034-225x300.jpg)