କନକ ବ୍ୟୁରୋ : କରୋନା ସଙ୍କଟ କାଳରେ ଏମିତି ଏକ ଚିତ୍ର ଦେଖାଇବୁ ଯାହା କରୋନା ମହାମାରୀ ସମୟରେ ସମସ୍ତଙ୍କ ମନରେ ଆଶା ସଂଚାର କରିବ । ମନ୍ତ୍ରୀଙ୍କ ଦେହରେ ହେଲା କରୋନା ଟିକା ପରୀକ୍ଷା । ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ହେଉଥିବା ଟିକା କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରିକ୍ଷଣ ଆରମ୍ଭ  ହୋଇଛି । ଆଉ ଏହି ଟୀକା ପରିକ୍ଷଣରେ ସ୍ୱେଚ୍ଛାସେବୀ  ଭାବେ ସାମିଲ ହୋଇ କୋଭାକ୍ସିନ୍ ଡ଼ୋଜ ନେଇଛନ୍ତି ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ୍ ।

Advertisment

ଅନିଲ ବିଜ୍ କହିଛନ୍ତି ତୃତୀୟ ପର୍ଯ୍ୟାୟ ପରିକ୍ଷଣରେ ପ୍ରାୟ ୨୬ ହଜାର ଲୋକଙ୍କୁ ସାମିଲ କରଯିବ । କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରିକ୍ଷଣ ହରିୟାଣାର ରୋହତକରେ ଆଜି ଠାରୁ ଆରମ୍ଭ ହୋଇଛି । ମନ୍ତ୍ରୀ ଅନିଲ ବିଜଙ୍କୁ ପ୍ରଥମ ଟୀକା ଦିଆଯାଇଛି । ପ୍ରଥମେ ଦୁଇ ଶହ ସ୍ୱେଚ୍ଛାସେବୀଙ୍କୁ ଏହି ଭ୍ୟାକ୍ସିନ୍ର ଡ଼ୋଜ ଦିଆଯିବ ।

ଭ୍ୟାକ୍ସିନର ଦୁଇଟି ଡ଼ୋଜ ଦିଆଯିବାର ବ୍ୟବସ୍ଥା ରହିଛି । ପ୍ରଥମ ଡ଼ୋଜ ଦିଆଯିବାର ୨୮ ଦିନ ପରେ ଦ୍ୱିତୀୟ ଡ଼ୋଜ ଦିଆଯିବ । ଦେଶରେ ପ୍ରାୟ ୨୫ହଜାର ୮ଶହ ଲୋକଙ୍କ ଉପରେ ଭ୍ୟାକ୍ସିନ୍ ଟ୍ରାଏଲ ହୋଇସାରିଲାଣି ।