କନକ ବ୍ୟୁରୋ: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ବିଜେପି ସରକାରରୁ ତିନି ଜଣ ନିର୍ଦ୍ଦଳୀୟ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ପରେ, ଏବେ ହରିୟାଣାରେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ଖୁବଶୀଘ୍ର ହରିୟାଣାରେ ସରକାର ଫ୍ଲୋର ଟେଷ୍ଟ ପାସ୍ କରିବାକୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିପାରେ ।
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦାବି କରିଛନ୍ତି ଯେ, ହରିୟାଣା ବିଧାନସଭାରେ ଫ୍ଲୋର ଟେଷ୍ଟ ହେବ । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜେଜେପିକୁ ଏହି କଥା ଉଠେଇବାର ନଥିଲା । ଏବେ ସେ ଏହି କଥାକୁ ଉଠେଇ, ନିଜକୁ କାଠଗଡାକୁ ଟାଣିଛନ୍ତି । ଜେଜେପିର ୬ ଜଣ ବିଧାୟକ ବିଜେପି ସମ୍ପର୍କରେ ଥିବା ନେଇ ସୂଚନା ଦେଇଛନ୍ତି । ଏହାସହ କଂଗ୍ରେସର ୩୦ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଧାୟକ ମଧ୍ୟ ବିଜେପି ସମ୍ପର୍କରେ ଥିବା ନେଇ ଖଟ୍ଟର ସୂଚନା ଦେଇଛନ୍ତି ।
ହରିୟାଣାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଜେଜେପି ଅଧ୍ୟକ୍ଷ ଦୁଷ୍ମନ୍ତ ଚୌଟାଲା ହରିୟାଣା ରାଜ୍ୟପାଳଙ୍କୁ ଫ୍ଲୋର ଟେଷ୍ଟ କରାଇବାକୁ ଚିଠି ଲେଖିଥିଲେ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇ ସେ ଫ୍ଲୋର୍ ଟେଷ୍ଟ କରିବାକୁ ଦାବି କରିଥିଲେ । ଏହି ଚିଠିରେ କୁହାଯାଇଥିଲା ଯେ, ରାଜ୍ୟରେ ସରକାର ଗଠନ ପାଇଁ କୌଣସି ଦଳକୁ ସମର୍ଥନ କରିବାକୁ ସେ ପ୍ରସ୍ତୁତ । ଏଥିସହିତ ସେ ହରିୟାଣାରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ମଧ୍ୟ ସେ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ ।
ସୂଚନାଯୋଗ୍ୟ ଯେ, ହରିୟାଣାର ବିଜେପି ସରକାରରୁ ତିନି ସ୍ୱାଧୀନ ବିଧାୟକ ନିଜ ସମର୍ଥନ ପ୍ରତ୍ୟାହାର କରିଥିଲେ । ସମର୍ଥନ ପ୍ରତ୍ୟାହାର କରିବା ପରେ ଏହି ସ୍ୱାଧୀନ ବିଧାୟକ କଂଗ୍ରେସକୁ ନିଜର ସମର୍ଥନ ଦେଇଥିଲେ । ତେବେ ୯୦ ସିଟ୍ ବିଶିଷ୍ଟ ହରିୟାଣା ବିଧାନସଭାରେ ଏବେ ୮୮ ବିଧାୟକ ରହିଛନ୍ତି । ଯେଉଁଥିରୁ ୪୦ ଜଣ ହେଉଛନ୍ତି ବିଜେପି ବିଧାୟକ ।
କଂଗ୍ରେସ ଦାବି କରିଛି ଯେ, ବିଜେପି ସରକାରକୁ ପୂର୍ବରୁ ଜେଜେପି ଏବଂ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିଲା । ହେଲେ ଏବେ ୩ ଜଣ ସ୍ୱାଧୀନ ବିଧାୟକ ଏବଂ ଜେଜେପି ବିଧାୟକ ସମର୍ଥନ ପ୍ରତ୍ୟାହାର କରିଦେଇଛନ୍ତି । ଯାହା ଫଳରେ ସୈନୀ ସରକାର ନିଜର ବହୁମତ ହରାଇସାରିଛଇ ବୋଲି ବିରୋଧୀ ଦାବି କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/1079444-giiz0wpwwaaouz9.webp)