କନକ ବ୍ୟୁରୋ :  କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ୩୦୦ ଲୋକଙ୍କର ଶବ ସଂସ୍କାର କରିଥିବା ଲୋକଟି ଶେଷରେ କରୋନାରେ ପ୍ରାଣ ହରାଇଲା । ହିସାର ମ୍ୟୁନିସପାଲଟିରେ ପ୍ରବୀଣଙ୍କ ପରିଚୟ ଜଣେ କରୋନା ହିରୋ ଭାବେ ବେସ୍ ପରିଚିତ ଥିଲା । ୪୩ ବର୍ଷିୟ ପ୍ରବୀଣଙ୍କ କୋଭିଡ ପଜିଟିଭ୍ ରିପୋର୍ଟ ଆସିବାର ମାତ୍ର ୨ ଦିନ ମଧ୍ୟରେ ସେ ପ୍ରାଣ ହରାଇଛନ୍ତି ।

Advertisment

ପ୍ରବୀଣ କୁମାର ହିସାର ମ୍ୟୁନିସପାଲଟି କର୍ପୋରେସନର ସେହି ଟିମର ଇନଚାର୍ଜ ଥିଲା, ଯେଉଁ ଟିମ୍ ଉପରେ କରୋନା ସଂକ୍ରମଣରେ ପ୍ରାଣ ହରାଉଥିବା ଲୋକଙ୍କ ଶବ ସଂସ୍କାର କରିବାର ଦାୟିତ୍ୱ ଥିଲା । କରୋନା ସଂକ୍ରମଣ ଆରମ୍ଭର ଆଜି ଯାଏ ହିସାର ମ୍ୟୁନିସପାଲଟିରେ ୭୫୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ୩୦୦ ଶବ ସଂସ୍କାର ପ୍ରବୀଣ ତାଙ୍କ ଟିମ୍ ସହ କରିଛନ୍ତି ।

ପ୍ରବୀଣ ମୃତ୍ୟୁ ପରେ କର୍ମଚାରୀ ସଂଘର ପ୍ରବକ୍ତା ସୁନିଲ ବେନିୱାଲ କହିଛନ୍ତି କି, ପ୍ରବୀଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ୩ ଘଂଟା କାଳ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲିଥିଲେ ବି ତାଙ୍କୁ କେଉଁଠି ବେଡ ମିଳି ନଥିଲା । ଶେଷରେ ଅକ୍ସିଜେନ ସ୍ତର କମିବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସବୁଠାରୁ ଦୁଖର କଥା କି କରୋନା କାଳରେ ଶବ ସଂସ୍କାର କରି କରୋନା ହିରୋ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଜଣେ ଲୋକକୁ ସରକାର ମେଡିକାଲରେ ବେଡଟିଏ ଦେଇ ପାରିଲେ ନାହିଁ ।