ହରିୟାଣାରେ ପୁଣି ତେଜିଲା ଚାଷୀ ଆନ୍ଦୋଳନ : ଆଜି କର୍ଣ୍ଣାଲରେ କୃଷକ ସଂଗଠନର ମହାପଞ୍ଚାୟତ

78

କନକ ବ୍ୟୁରୋ : ହରିୟାଣାରେ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଲାଠି ଚାର୍ଜ କରିଛି ପୁଲିସ । ହରିୟାଣାର ବସ୍ତାରା ଟୋଲ ପ୍ଲାଜା ନିକଟରେ କୃଷକମାନେ ଆନ୍ଦୋଳନ କରୁଥିବା ବେଳେ ଅତି ଦୟନୀୟ ଭାବେ ପୋଲିସ ଲାଠିଚାର୍ଯ କରିଛି । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହାର ପ୍ରତିବାଦରେ ଆଜି କର୍ଣ୍ଣାଲରେ ମହାପଂଚାୟତ ଡାକିଛି କୃଷକ ମହାସଂଗଠନ । ବୈଠକରେ ହରିୟାଣାର ସମସ୍ତ କୃଷକ ସଂଗଠନ ଆଲୋଚନା କରି ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ କରିବେ ବୋଲି ସୂଚନା ଦେଇଛନ୍ତି କୃଷକ ନେତା । ଆଗକୁ ଥିବା ମୁନସିପାଲ ଇଲେକ୍ସନ ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କର ଏକ ବୈଠକ ଥିଲା ।

ଏହା ପୂର୍ବରୁ କୃଷକମାନେ ଆନ୍ଦୋଳନ କରିବା ସହ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପୋଲିସ ଆନ୍ଦୋଳନକାରୀଙ୍କୁ ନିର୍ଦ୍ଧୁମ୍ ପିଟିଥିବାର ଭିଡ଼ିଓ ଏବେ ଭାଇରାଲ ହେଉଛି । ଭିଡ଼ିଓରେ ଜଣେ ଆନ୍ଦୋଳନକାରୀଙ୍କୁ ଏକାଧିକ ପୋଲିସ ଏକାଠି ହୋଇ ଲାଠି ମାଡ଼ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ବସ୍ତାର ଟୋଲ ପ୍ଲାଜା ନିକଟରୁ କିଛି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୁଲିସ । ଏହାର ପ୍ରତିବାଦରେ ଚାଷୀମାନେ ହରିୟାଣାର ବିଭିନ୍ନ ରାଜପଥକୁ ଅବରୋଧ କରିବାରୁ ଯାତାୟତ ପ୍ରଭାବିତ ହୋଇଥିଲା । ତେବେ ଉଠାଇ ନେଇଥିବା ଚାଷୀଙ୍କୁ ପୁଲିସ ଛାଡି ଦେବା ପରେ ଆନ୍ଦୋଳନକାରୀ ରାସ୍ତା ଉପରୁ ହଟି ଯାଇଛନ୍ତି ।