ହରିୟାଣାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ପୁରା କ୍ୟାବିନେଟ୍ ଦେଲା ଇସ୍ତଫା । ଭାଙ୍ଗିଲା ବିଜେପି –ଜେଜେପି ମେଣ୍ଟ ।

Advertisment
ହରିୟାଣାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ପୁରା କ୍ୟାବିନେଟ୍ ଦେଲା ଇସ୍ତଫା । ଭାଙ୍ଗିଲା ବିଜେପି –ଜେଜେପି ମେଣ୍ଟ ।

କନକ ବ୍ୟୁରୋ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଚଣ୍ଡିଗଡ଼ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ହରିୟାଣାରେ ଏବେ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ମନୋହର ଲାଲଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ପରେ ସମଗ୍ର କ୍ୟାବିନେଟ୍ ରାଜଭବନରେ ରାଜ୍ୟସଭା ବୈଠକ କରିଥିଲେ ଏବଂ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସହ ସମଗ୍ର କ୍ୟାବିନେଟ୍ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ବିଜେପି ବିଧାୟକ ଦଳ ସହ ବୈଠକ କରିଥିଲେ ଏବଂ ଏହା ପରେ ହରିୟାଣା ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ସେ କିଛି ସ୍ୱାଧୀନ ବିଧାୟକଙ୍କ ସହ ବୈଠକ କରିଥିଲେ ଜଣାପଡିଛି ।

ମନୋହରଲାଲ ଖଟ୍ଟର ଲୋକସଭା ନିର୍ବାଚନ ଲଢିବା ସମ୍ଭାବନା ରହିଛି । ଏପରି ହେଲେ ହରିୟାଣାରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ । କିଛି ମସୟ ମଧ୍ୟରେ ବିଜେପି ବିଧାୟକ ଦଳ ବୈଠକ ବସୁଛି । କୁହାଯାଉଛି ଜେଜେପି ମେଂଟରୁ ଓହରିବା ପରେ ସ୍ୱାଧୀନ ବିଧାୟକଙ୍କୁ ନେଇ ସରକାର ଗଢିପାରେ ବିଜେପି । ଲୋକସଭାରେ ଗୋଟିଏ କିମ୍ବା ଦୁଇଟି ଆସନରେ ଲଢିବାକୁ ଚାହୁଁଥିଲା ଜେଜେପି । ହେଲେ ବିଜେପି ସମସ୍ତ ୧୦ଟି ଆସନରେ ଲଢିବାକୁ ଚାହୁଁଥିବା କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏବଂ ଶେଷରେ ବିଜେପି ସହ ମେଂଟରୁ ଓହରି ଯାଇଛି ଜେଜେପି ।

ହରିୟାଣା ବିଧାନସଭା
ମୋଟ୍ ଆସନ- ୯୦
ମ୍ୟାଜିକ୍ ନମ୍ବର- ୪୬
ବିଜେପି- ୪୧
କଂଗ୍ରେସ-୩୦
ଜେଜେପି-୧୦
ସ୍ୱାଧୀନ-୦୭
ଏଲଏଚପି- ୦୧
ଆଇଏନଏଲଡି-୦୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe